29.1 C
Bhubaneswar
Friday, April 26, 2024
Homeଅପରାଧଲୋକଙ୍କ ସାମ୍ନାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଲୋକଙ୍କ ସାମ୍ନାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ : ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଗତକାଲି ସାମାନ୍ୟ ବଚସାରୁ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ୫ ଜଣ ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ପୁରା ଘଟଣା କ୍ୟାମେରାରେ କଏଦ ହୋଇଛି। ଲୋକଙ୍କ ସାମ୍ନାରେ ଏହି ଘଟଣା ଘଟିଥିଲେ ମଧ୍ୟ କେହି ପାଟି ଖୋଲି ନଥିଲେ। ସୂଚନା ଅନୁଯାୟୀ, ବେଗମ୍‌ପୁରରେ ଥିବା ଡିଡିଏ ମାର୍କେଟ୍‌ର ୩ ନଂ ଗେଟ୍ ନିକଟରେ ମୟଙ୍କ୍ ପନ୍‌ଵାର ତାଙ୍କ ସାଙ୍ଗ ବିକାଶ ପନ୍‌ଵାରଙ୍କ ସହ ବସି କଥାବାର୍ତ୍ତା ହେଉଥିଲେ। ସେହି ସମୟରେ ହଠାତ୍‌ ୫ ଜଣ ଅଜ୍ଞାତ ବ୍ୟକ୍ତି ଆସି ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଅଭିଯୁକ୍ତମାନେ ମୟଙ୍କ୍ ଏବଂ ତାଙ୍କ ସାଙ୍ଗ ଉପରକୁ ଟେକା ଫିଙ୍ଗିଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ମୟଙ୍କଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ପକାଇ ଏକାଧିକ ଥର ଛୁରୀ ଭୁସିଥିଲେ। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ଏମ୍‌ସର ଟ୍ରମା କେୟାର ସେଣ୍ଟରରୁ ସୂଚନା ଆସିଥିଲା ଯେ ମୟଙ୍କ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୟଙ୍କଙ୍କ ସାଙ୍ଗ ଦେଇଥିବା ବୟାନ ଅନୁଯାୟୀ ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ମୟଙ୍କ ଜଣେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking