38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିସିସିଆଇ ବୈଠକରେ ବଡ ନିଷ୍ପତ୍ତି, ଆଇପିଏଲ ୨୦୨୨ରେ ୮ ଜାଗାରେ ଖେଳିବେ ୧୦ଟି ଟିମ୍‌

ବିସିସିଆଇ ବୈଠକରେ ବଡ ନିଷ୍ପତ୍ତି, ଆଇପିଏଲ ୨୦୨୨ରେ ୮ ଜାଗାରେ ଖେଳିବେ ୧୦ଟି ଟିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଗୁରୁବାର ଅହମ୍ମଦାବାଦରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୨୨ରେ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗରେ ୮ଟି ଜାଗାରେ ୧୦ଟି ଟିମ୍ ଅଂଶଗ୍ରହଣ କରିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କ ନଜର ଏହା ଉପରେ ଥିଲା । ଶେଷରେ କ୍ରିକେଟର ସବୁଠୁ ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟରେ ୧୦ଟି ଭାଗ ନେବା ପାଇଁ ମଂଜୁରୀ ମିଳିଯାଇଛି । ଏହି ବୈଠକରେ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଯେଉଁଥିରେ ଆଇପିଏଲରେ ଟିମ ସଂଖ୍ୟା ବୃଦ୍ଧି ନେଇ ବିଶେଷ ଭାବରେ ଆଲୋଚନା ହୋଇଥିଲା । ୨୦୨୮ରେ ଆମେରିକାରେ ଆୟୋଜିତ ହେବାକୁ ଥିବା ଅଲମ୍ପିକରେ ବିସିସିଆଇ ଟି-୨୦ ଫର୍ମାଟରେ କ୍ରିକେଟକୁ ସାମିଲ କରିବା ପାଇଁ ସମର୍ଥନ କରିବ । ଆଇସିସି ସହ ବିସିସିଆଇ ମଧ୍ୟ ଏବେ ଅଲମ୍ପିକରେ କ୍ରିକେଟ ଖେଳ ହେବା ପକ୍ଷକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking