26.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଜେଲ୍ ଗଲେ ସରୋଜ ସେଠୀ

ଜେଲ୍ ଗଲେ ସରୋଜ ସେଠୀ

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ସରୋଜ ସେଠୀ ଙ୍କୁ ଜେଲ୍ ପଠାଯାଇଛି । ୩ ଦିନିଆ ରିମାଣ୍ଡ ପରେ ସରୋଜଙ୍କୁ ପକ୍ସୋ କୋର୍ଟରେ ହାଜର କରିଥିଲା ପୋଲିସ । ରିମାଣ୍ଡ ସରିଥିବାରୁ ସରୋଜକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଆଜି ଏସଆଇଟି ଟିମ ଯଦୁପୁର ଗାଁରେ ପହଂଚି ଏହି ହତ୍ୟାର ସିନ୍ ରିକ୍ରିଏଟ କରିଥିଲା । ତେବେ ଏସଆଇଟି ତଦନ୍ତ ନେଇ ପରୀଙ୍କ ମା ସନ୍ତୁଷ୍ଟ ନଥିବା ବେଳେ ପରୀର ୭୫ ପ୍ରତିଶତ ହାଡ କୁଆଡେ ଗଲା ବୋଲି ପୁଣି ପ୍ରଶ୍ନ କରିଛନ୍ତି । ମଣିଷ ଶରୀରରେ ୨୦୬ ଖଣ୍ଡ ହାଡ ଥାଏ, ପରୀର ୧୨ ଖଣ୍ଡ ମିଳିଲା । ମୁଣ୍ଡ ଖପୁରୀ ସହ ମୋଟ ୧୨ ଖଣ୍ଡ ହାଡ ମିଳିଥିଲା । ବାକି ହାଡ ସବୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପରୀର ମା’ । ଏସଆଇଟି କାହାଣୀ ଶୁଣାଉଛି । ପ୍ରକୃତ ଆସାମୀକୁ ଘୋଡାଇବାକୁ ଚାହୁଁଛି । ବାବୁଲି ନାଏକ ଏବଂ ତାର ଗ୍ୟାଙ୍ଗ ଏଥିରେ ସଂପୃକ୍ତ ବୋଲି ପରୀର ମା’ କହିଛନ୍ତି । ଏହାଛଡା ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରୀର ଅଙ୍ଗତସ୍କରୀ ହୋଇଛି । ଏସଆଇଟି ସେ ଦିଗରେ ତଦନ୍ତ କରୁନି । ସରୋଜ ସେମିତି କରିିନାହାନ୍ତି ବୋଲି ପୁଣି କହିଛନ୍ତି ପରୀର ମା’ । ସିବିଆଇ ତଦନ୍ତ ହେଉ, ପ୍ରକୃତ ଦୋଷୀକୁ ଧରାଯାଉ ବୋଲି ପରୀର ମା’ କହିଛନ୍ତି ।
ଅନ୍ୟପଟେ ଆଜି ନୟାଗଡ ଯଦୁପୁରରେ ପହଞ୍ଚିଛି ବିଜେପି ଟିମ୍ । ଯଦୁପୁର ପରୀ ଘରେ ପହଂଛିଛନ୍ତି ବିଜେପି ନେତା । ୫ ଦିନର ପଦଯାତ୍ରାରେ ଲିଙ୍ଗରାଜ ମନ୍ଦିରରୁ ଯାଇ ଯଦୁପୁରରେ ପହଂଚିଛନ୍ତି । ପରୀ ବାପା ମା ଙ୍କୁ ପ୍ରବୋଧନା ସହ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking