29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଏହି ରାଜ୍ୟରେ ଜାନୁୟାରୀ ୪ ରୁ ଖୋଲିବ ସ୍କୁଲ, ଜାରି ହେଲା ଗାଇଡଲାଇନ

ଏହି ରାଜ୍ୟରେ ଜାନୁୟାରୀ ୪ ରୁ ଖୋଲିବ ସ୍କୁଲ, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ତଥା ଲକଡାଉନ ଯୋଗୁଁ ବିହାରରେ ଗତ ୯ ମାସ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଆଗକୁ ଆସୁଛି ନୂଆବର୍ଷ । ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଜାନୁୟାରୀ ୪ ତାରିଖରୁ ବିହାରରେ ସ୍କୁଲ ଖୋଲିବାକୁ ଯାଉଛି । ଏଥିପାଇଁ ବିହାର ଶିକ୍ଷା ବିଭାଗ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ କରିଛନ୍ତି । ଶିକ୍ଷା ବିଭାଗ ଅନୁସାରେ, ୪ ଜାନୁୟାରୀରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ଅନ୍ୟପଟେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବ । ଯଦି ଏହା ଖୋଲିବା ପରେ କରୋନା ସଂକ୍ରମଣ ନ ବଢିଲା, ତେବେ ୧୮ ଜାନୁୟାରୀରୁ ଅଷ୍ଟମ ଶ୍ରେଣୀ ପିଲା ବି ସ୍କୁଲ ଯାଇପାରିବେ । ଏହାପରେ ପ୍ରତି ସପ୍ତାହରେ ସ୍ଥିତିର ସମୀକ୍ଷା କରାଯିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟ ଶାରୀରିକ ଦୂରତା ବାଧ୍ୟତାମୂଳକ । ଗୋଟିଏ ଦିନରେ ସ୍କୁଲକୁ ଅଧା ଛାତ୍ରଛାତ୍ରୀ ଯିବେ । ତେବେ ସେହି ସମୟରେ ଅନଲାଇନ ଶିକ୍ଷା ଦାନ ଜାରି ରହିବ ।
ଗାଇଡଲାଇନ ଅନୁସାରେ, ୫୦ ପ୍ରତିଶତ ପିଲାଙ୍କୁ ନେଇ ସ୍କୁଲ ଖୋଲିବ । ପ୍ରଥମ ଦିନରେ ୫୦ ପ୍ରତିଶତ ଆସିଲେ ତା ପରଦିନ ବାକି ୫୦ ପ୍ରତିଶତ ଆସିବେ ।
ବିନା ମାସ୍କରେ ପ୍ରବେଶ ନିଷେଧ । ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୨ଟି ଲେଖାଏଁ ମାସ୍କ ପ୍ରଦାନ କରିବେ ଶିକ୍ଷା ଅନୁଷ୍ଠାନ ।
ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ସମସ୍ତ ଶିକ୍ଷା ଅନୁଷ୍ଠାନ ଡିଜିଟାଲ୍ ଥର୍ମୋମିଟର, ସାନିଟାଇଜର ଓ ସାବୁନ ର ବ୍ୟବସ୍ଥା କରିବେ ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ମିଟର ଦୂରତା ରହିବା ବାଧ୍ୟତାମୂଳକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking