29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକରୋନାର ନୂଆ ଷ୍ଟ୍ରେନ ବିରୋଧରେ ମଡର୍ଣ୍ଣା ଟୀକା ପ୍ରଭାବଶାଳୀ

କରୋନାର ନୂଆ ଷ୍ଟ୍ରେନ ବିରୋଧରେ ମଡର୍ଣ୍ଣା ଟୀକା ପ୍ରଭାବଶାଳୀ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସଂକଟ ଏବେ ବି ଟଳିନି  ବରଂ ଏହା ଧିରେ ଧିରେ ବଢିବାକୁ ଯାଉଛି । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ମିଳିବା ପରେ ତାକୁ ନେଇ ଏବେ ପୁଣି ଚିନ୍ତା ଓ ଭୟ ବଢିଛି । ଏହାରି ମଧ୍ୟରେ ଟୀକା ପ୍ରସ୍ତୁତକାରୀ ଆମେରିକା କମ୍ପାନୀ ମଡର୍ଣ୍ଣା କହିଛି ଯେ, ବ୍ରିଟେନରେ ମିଳିଥିବା କରୋନାର ଏହି ନୂଆ ଷ୍ଟ୍ରେନ ବିରୋଧରେ ଲଢେଇ କରିବା ପାଇଁ ଆମ ଭ୍ୟାକସିନ ବେଶ ପ୍ରଭାବଶାଳୀ । ମଡର୍ଣ୍ଣା ସମେତ ଅନେକ କମ୍ପାନୀ ମଧ୍ୟ କରୋନା ଟୀକା ପ୍ରସ୍ତୁତ କରିଛନ୍ତି । ଆମେରିକାରେ ଲୋକଙ୍କୁ ତାହା ମଧ୍ୟ ଦିଆଯାଉଛି । ଏହା ମଧ୍ୟରେ ଏହି ନୂଆ ଭାଇରସ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟ ପୁଣି ଆରମ୍ଭ ହୋଇଯାଇଛି । ସେମାନଙ୍କ ମନରେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ୟ ଉଙ୍କି ମାରୁଛି । ବିଶେଷ କରି ଏହା କେତେ ଭୟଙ୍କର । ଯେଉଁ ଟୀକା ବାହାରିଛି, ଏହି ଭାଇରସ ବିରୋଧରେ ଏହା କାମ କରିବ କି ନାହିଁ । ତାହା ମଧ୍ୟ ପ୍ରଶ୍ନ ଉଠୁଛି । ଏହି ଟୀକା ୯୪ ପ୍ରତିଶତ ପ୍ରଭାବଶାଳୀ ବୋଲି ମଡର୍ଣ୍ଣା କମ୍ପାନୀ କହିଛି । ଗୋଟିଏପଟେ କରୋନା ଭାଇରସ ବିରୋଧରେ ସାରା ବିଶ୍ୱ ଟୀକା ପ୍ରସ୍ତୁତ କରିବାକୁ ଲାଗି ପଡିଥିବା ବେଳେ ସେହି ସମୟରେ ୟୁକେରେ ସାମ୍ନାକୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ ଚିନ୍ତାକୁ ଦ୍ୱିଗୁଣିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking