29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଶୀତଦିନେ କେବେ ବି କରନ୍ତୁନି ଏହି କାମ

ଶୀତଦିନେ କେବେ ବି କରନ୍ତୁନି ଏହି କାମ

ଭୁବନେଶ୍ୱର,(ଓଏନଏ): ଶୀତ ଋତୁ ଆସିବା ମାତ୍ରେ ଆମ ସ୍ୱାସ୍ଥ୍ୟରେ ପରିବର୍ତନ ଦେଖାଯାଏ । ଏହାରି ମଧ୍ୟରେ ଫ୍ଲୁ ଓ ସଂକ୍ରମଣ ବଢିଯିବାର ଆଶଙ୍କା ବେଶିମାତ୍ରାରେ ଦଖାଯାଏ । ହୁଏତ ଏହି କାରଣ ପାଇଁ ଲୋକେ ଅଧିକ ମାତ୍ରାରେ ରୋଗରେ ପଡିଥାନ୍ତି । ଗରମ ଗରମ କଫି, ଗରମ ପୋଷାକ ଓ ଗରମ ପାଣି ଏହି ସମୟରେ ନିତାନ୍ତ ଆବଶ୍ୟକ ହୋଇପଡେ । ହେଲେ ଆପଣ ଜାଣିଛନ୍ତି କି ଏହି ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁ ଅନକେ ସମୟରେ ଅହିତକର ସାବ୍ୟସ୍ତ ହୋଇଥାଏ ।
ଏକ୍ସପର୍ଟଙ୍କ କହିବାନୁସାରେ, ଶୀତଋତୁରେ ଅଧିଂକାଶ ସମୟରେ ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ଆମ ବଡି ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ବାସ୍ତବରେ ଗରମ ପାଣି କେରୋଟିନ ନାମକ ସ୍କିନ ସେଲ କୁ ନଷ୍ଟ କରିଦେଇଥାଏ । ଯାହାଦ୍ୱାରା ତ୍ୱଚା କୁଣ୍ଡାଇ ହେବା, ଡ୍ରାଏନେଓ ଓ ର‌୍ୟାସେସ ଭଳି ସମସ୍ୟା ବଢିଯାଏ ।
ଥଣ୍ଡା ଦିନେ ନିଜକୁ ଗରମ ରଖିବା ଭଲ କଥା । ହେଲେ ଅଧିକ ପୋଷାକ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ । ଏମିତି କରିବା ଦ୍ୱାରା ଆପଣଙ୍କ ବଡି ଓଭରହିଟିଂର ଶିକାର ହୋଇପାରେ । ପ୍ରକୃତରେ ଥଣ୍ଡା କାରଣରୁ ଆମ ଇମ୍ୟୁନ ସିଷ୍ଟମ ହ୍ୱାଇଟ ବ୍ଲଡ ସେଲ୍ସପ୍ରଡ୍ୟୁସ କରିଥାଏ । ଯାହା ସଂକ୍ରମଣ ଓ ରୋଗଠାରୁ ଆମର ସୁରକ୍ଷା କରେ । ମାତ୍ର ବଡି ଓଭରହିଟ ହେବା ପରେ ଇମ୍ୟୁନ ନିଜ କାମ କରିପାରେ ନାହିଁ ।
ଶୀତଦିନେ ସମସ୍ତେ ନିଜ ଇଚ୍ଛା ମୁତାବକ କିଛି ବି ଖାଇଥାନ୍ତି । ଥଣ୍ଡା ସହ ଲଢେଇ ପାଇଁ ଶରୀରର କ୍ୟାଲୋରୀ ଅଧିକ ଖର୍ଚ୍ଚ ହୋଇଥାଏ । ଯାହାର ପୁରଣ ଆମେ ହଟ୍ ଚକଲେଟ କିମ୍ବା ଅଧିକ କ୍ୟାଲୋରୀଯିକ୍ତ ଫୁଡ ଦ୍ୱାରା କରିଥାଉ । କିନ୍ତୁ ଭୋକ ଲାଗିବା ସମୟରେ କେବଳ ଫାଇବରଯୁକ୍ତ ପନିପରିବା କିମ୍ବା ଫଳ ଖାଇବା ଉଚିତ ।
ଶୀତଦିନେ ସମସ୍ତେ ବଡି ଗରମ ରଖିବା ପାଇଁ ଚା ଓ କଫି ପିଇଥାନ୍ତି । ହେଲେ ଆପଣ ହୁଏତ ଭୁଲିଯାଇଛନ୍ତି କି, ଅଧିକ କ୍ୟାଫେନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଦିନରେ ଆପଣଙ୍କୁ ୨ କିମ୍ବା ୩ କପରୁ ଅଧିକ କଫି ପିଇବା ଉଚିତ ନୁହେଁ ।
ଥଣ୍ଡାରେ ଲୋକଙ୍କୁ କମ ମାତ୍ରାରେ ଶୋଷ ଲାଗିଥାଏ । ଏହାର ଅର୍ଥ ନୁହେଁ ଯେ, ଶୀତରେ ଶରୀରକୁ ପାଣିର ଆବଶ୍ୟକ ନାହିଁ । ୟୁରିନେଶନ, ଡାଇଜେସନ ଓ ଝାଳ ଦ୍ୱାରା ପାଣି ଶରୀରରୁ ବାହାରିଥାଏ । ଫଳରେ ପାଣି ନପିଇବା ଦ୍ୱାରା ବଡି ଡିହାଇଡ୍ରେସନ ହେବାକୁ ଲାଗେ । ଏହାଦ୍ୱାରା କିଡନୀ ଓ ଡାଇଜେସନରେ ସମସ୍ୟା ହୋଇଥାଏ ।
ଥଣ୍ଡାରେ ତାପମାତ୍ରା କମ୍ ହେବା କାରଣରୁ ଲୋକେ ବେଡ୍ ଛାଡନ୍ତିନାହିଁ । ଫିଜିକାଲ ଆକ୍ଟିଭିଟି ଶୂନ ହେବା କାରଣ୍ରୁ ଇମ୍ୟୁନ ସିଷ୍ଟମ ଉପରେ ଖରାପ ପ୍ରଭାବ ପଡେ । ସେଥିପାଇଁ ପ୍ରତିଦିନ ସକାଳୁ ସାଇକେଲିଂ, ଚାଲିବା କିମ୍ବା ବିଭିନ୍ନ ପ୍ରକାର ବ୍ୟାୟାମ କରିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking