26.1 C
Bhubaneswar
Wednesday, May 8, 2024
Homeସାଧାରଣତନ୍ତ୍ର ଦିବସସମ୍ବିଧାନ ପ୍ରଣୟନ ବ୍ୟବସ୍ଥା

ସମ୍ବିଧାନ ପ୍ରଣୟନ ବ୍ୟବସ୍ଥା

ଭୁବନେଶ୍ୱର : ଗଣତନ୍ତ୍ର ଦିବସ ଓ ସ୍ୱତନ୍ତ୍ରତା ଦିବସ ଭାରତର ୨ ଟି ମୁଖ୍ୟ ଜାତୀୟ ଦିବସ । ଏହି ଦିନ ବାସ୍ତବରେ ଆମେ ଦେଶ ଏକ ଗଣତାନ୍ତ୍ରିକ ଦେଶ ରୁପେ ପରିଚୟ ପାଇଥିଲା । ଯେପରି ଆମେ ଜାଣିଛେ ଏକ ଛୋଟ ସଂସ୍ଥା ମଧ୍ୟ ବିନା କିଛି ନିୟମରେ ଚାଲିବା ସମ୍ଭବ ହୁଏନାହିଁ । ସେହିପରି ଯେଉଁଠାରେ ବିଭିନ୍ନ ବର୍ଗର, ବିଭିନ୍ନ ଜାତି, ବିଭିନ୍ନ ଭାଷାର ଲୋକ ରହିଥାନ୍ତି ଏତେ ବଡ଼ ରାଷ୍ଟ୍ରକୁ ଚଲାଇବା ପାଇଁ ନିୟମର ଅବଶ୍ୟକତା ରହିଥିଲା । ସେଥିପାଇଁ ସମ୍ବିଧାନର ପ୍ରଣୟନ କରାଯାଇଥିଲା ।

ଏହି ସମ୍ବିଧାନ ବନାଯିବା ପାଇଁ ମୋଟ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଏଥିରେ ୪୪୮ ଟି ଧାରା, ୧୨ଟି ଅନୂସୁଚୀ , ୨୫ଟି ଭାଗ ରହିଛି । ଆମ ସମ୍ବିଧାନ ବିଶ୍ୱର ସବୁଠାରୁ ବଡ଼ ସମ୍ବିଧାନ ଅଟେ । ସେହି ଅନୁସାରେ ଆମ ଦେଶ ମଧ୍ୟ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ । ଆଜି ଯାଏଁ ଆମ ସମ୍ବିଧାନକୁ ମୋଟ ୧୦୪ ଥର ସଂଶୋଧନ କରାଯାଇଛି ।

୧୯୪୬ ମହିହା ୯ ଡିସେମ୍ବରକୁ ସମ୍ବିଧାନ ସଭାର ସ୍ଥାପନା କରାଯାଇଥିଲା । ଯେଉଁଥିରେ ଡଃ ଭୀମରାଓ ଆମ୍ବେଦକର, ଜବାହାରଲାଲ ନେହେରୁ ,ଡଃ ରାଜେନ୍ଦ୍ର ପ୍ରସାଦ ,ବଲ୍ଲଭ ଭାଇ ପଟେଲ , ରାଜ ଗୋପାଲଚାରୀ , ମୌଲାନା ଅବୁଲ କଲାମ ଆଜାଦ ଭଳି ପ୍ରମୁଖ ନେତା ସଦସ୍ୟ ରହିଥିଲେ । ସମ୍ବିଧାନ ସଭାର ପ୍ରଥମ ବୈଠକ ୯ ଡିସେମ୍ବର ୧୯୪୬କୁ ହୋଇଥିଲା । ଯାହା ପରେ ୧୧୪ଟି ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ୨୬ ନଭେମ୍ବର ୧୯୪୯କୁ ସମ୍ବିଧାନକୁ ସୀକୃତି ମିଳିଥିଲା । ତେବେ ୧୯୩୦ ବନାଯାଇଥବା ସମ୍ବିଧାନ ଡ୍ରାଫ୍ଟ ଇଂରେଜ ମାନଙ୍କ ଦ୍ୱାରା ପ୍ରତ୍ୟାଖାନ ହୋଇଯାଇଥିଲା । ଏହି ଦିନଠୁ ଦେଶରେ ପୁର୍ଣ୍ଣ ସ୍ୱରାଜ ପାଇଁ ଦାବି କରାଯାଇଥିଲା ଓ ଭାରତ ସ୍ୱଧୀନ ହେବା ପରେ ଏହି ଦିନର ସ୍ମୃତିରେ ୨୬ ଜାନୁଆରୀକୁ ଗଣତନ୍ତ୍ର ଦିବସ ରୁପେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking