30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗଚୀନରୁ ଆସିଲା ଆଉ ଏକ ଚିନ୍ତାଜନକ ଖବର, ପଢନ୍ତୁ କଣ

ଚୀନରୁ ଆସିଲା ଆଉ ଏକ ଚିନ୍ତାଜନକ ଖବର, ପଢନ୍ତୁ କଣ

ନୂଆଦିଲ୍ଲୀ: ସାରା ବିଶ୍ୱ ମହାମାରୀ କରୋନା ଭାଇରସ କବଳରେ ଏବେ ବି ରହିଛି । ବିଶ୍ୱରେ ୯ କୋଟିରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । କରୋନା ଭାଇରସ ଟିକା ଆସିବା ପରେ ଏହି ମହାମାରୀ ଶେଷ ହେବ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି । ଚୀନରେ ପ୍ରଥମ ମାମଲା ଆସିବା ପରେ ଭାଇରସ ସହ ଜଡିତ ଥିବା ନୁଆ ନୂଆ ଖୁଲାସା ନେଇ ବୈଜ୍ଞାନିକମାନେ ବି ଚିନ୍ତାରେ ପଡିଯାଇଛନ୍ତି । ରିପୋର୍ଟ ଅନୁସାରେ, ଏବେ ଉତ୍ତର ଚୀନରେ ତିୟାନଜିନ ସହରରେ ଆଇସକ୍ରିମରେ କରୋନା ଭାଇରସ ଥିବା ସାମ୍ନାକୁ ଆସିଛି । ଖବର ଅନୁସାରେ, ଗତ ସପ୍ତାହରେ ଆଇସକ୍ରିମ ସାମ୍ପଲ କରୋନା ପଜିଟିଭ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଏହି ଆଇସକ୍ରିମ ତିୟାନଜିନ ଡାକ୍ୱିଆଡୋ ଫୁଡ୍ ଦ୍ୱାରା ଉତ୍ପାଦିତ ବୋଲି ଜଣାପଡିଛି । ଆଣ୍ଟି ଏପିଡେମିକ ଅଧିକାରୀ କମ୍ପାନୀର ଉତ୍ପାଦ ସିଲ କରିବା କାମ ଆରମ୍ଭ କରିଦେଇଛନ୍ତି । ଜଣେ ବାୟରୋଲୋଜିଷ୍ଟ କହିଛନ୍ତି, ଆଇସକ୍ରିମର ପଜିଟିଭ ଟେଷ୍ଟ ହେବା ମନୁଷ୍ୟକୃତ କାରଣ ହୋଇପାରେ । ପ୍ରାରମ୍ଭିକ ଯାଂଚରୁ ଜଣାପଡିଛି ଯେ, ଉକ୍ତ କମ୍ପାନୀ ବିଦେଶରୁ ମଗାଯାଇଥିବା କଂଚାମାଲ ବ୍ୟବହାର କରି ଆଇସକ୍ରିମ ପ୍ରସ୍ତୁତ କରିଛି । ମିଲ୍କ ପାଉଡର ନ୍ୟୁଜଲାଣ୍ଡ ଓ ହ୍ୱେ ପାଉଡର ୟୁକ୍ରେନରୁ ଅଣାଯାଇଥିଲା ର୍କମ୍ପାନୀର ୧୬୦୦ରୁ ଅଧିକ କର୍ମଚାରୀଙ୍କୁ କ୍ୱାରେଣ୍ଟିନ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଗତବର୍ଷ ଚୀନରେ ଫ୍ରୋଜେନ ଫୁଡ ପ୍ୟାକେଟରେ ଜୀବିତ କରୋନା ଭାଇରସ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking