26.1 C
Bhubaneswar
Wednesday, May 8, 2024
Homeଓଡିଶାହତ୍ୟାକାରୀଙ୍କୁ ଗିରଫ ଦାବିରେ ବଙ୍ଗୋମୁଣ୍ଡା ଥାନା ଘେରାଉ

ହତ୍ୟାକାରୀଙ୍କୁ ଗିରଫ ଦାବିରେ ବଙ୍ଗୋମୁଣ୍ଡା ଥାନା ଘେରାଉ

ବଙ୍ଗୋମୁଣ୍ଡା : ଗତ ୬ ତାରିଖ ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗଞ୍ଜାବାହାଲ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ବଙ୍ଗୋମୁଣ୍ଡା ଥାନା ଘେରାଉ କରାଯାଇଛି । ଯୁବକଙ୍କ ବେଳପଡା-ଭାଲୁମୁଣ୍ଡା ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ପୁଲିସ ଏହାକୁ ଦୁର୍ଘଟଣା ବୋଲି କହୁଥିବାବେଳେ ମୃତକଙ୍କ ପରିବାର ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯିବା ସହ ଅପରାଧୀକୁ ଶୀଘ୍ର ଗିରଫ କରି ଆମକୁ ନ୍ୟାୟ ମିଳୁ ବୋଲି ଗୁହାରୀ କରିଛନ୍ତି । ବଙ୍ଗୋମୁଣ୍ଡା ଥାନା ଗଞ୍ଜାବାହାଲ ଗ୍ରାମର ଗଣପତି ବଛା ଗତ ୬ ତାରିଖ ଦିନ ବେଲପଡାକୁ ଯାଇଥିଲେ ।

ସୁଶୀଲ ମେହେର ନାମକ ଜଣେ ଯୁବକ ତାଙ୍କ ଭୋଜି କରିବା ପାଇଁ ଡାକିଥିଲେ । ବେଲପଡାର ରୋହିତ ସଗ୍ରିଆ ଓ ଅନ୍ୟମାନେ ମିଶି ବେଲପଡ଼ାର ତୁଲୁ ରେଷ୍ଟୋରାଣ୍ଟରେ ଭୋଜି କରିଥିଲେ । ଦୁଇରୁ ତିନି ଘଣ୍ଟା ପରେ ଗଣପତିଙ୍କ ଭାଇ ନରେନ୍ଦ୍ର ଫୋନ କରି ଗଣପତିଙ୍କୁ କେତେବେଳେ ଆସିବୁ ବୋଲି ପଚାରିବାରୁ ଦୁଇ ଘଣ୍ଟା ପରେ ଘରକୁ ଫେରିବି,  ଯଦି ନ ଫେରେ ଏଠାରେ ଶୋଇ ଦେବି ବୋଲି କହିଥିଲେ । ତେବେ ସକାଳେ ଆଶ୍ଚର୍ଯ୍ୟଜନକ ଭାବରେ ମୃତକଙ୍କ ଭାଇଙ୍କୁ ପୁଲିସ ଫୋନ କରିଥିଲା ଯେ ଗଣପତିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳକୁ ଗଲା ପରେ ମୃତ ଗଣପତିଙ୍କ ଭାଇ ଯାହା ଦେଖିଲେ ସେଥିରୁ ଜଣାପଡୁଥିଲା ତାହା ରାସ୍ତା ଦୁର୍ଘଟଣା ନୁହେଁ । ପୂର୍ବ ନିର୍ଦ୍ଧାରିତ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦିଆଯାଇଛି ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ।

ଏଥିସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିର କୌଣସି ଭଙ୍ଗାରୁଜା ହୋଇନଥିବା ବେଳେ ମୃତ ଗଣପତିଙ୍କ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଥିଲା । ମୃତ ଗଣପତି ଗାଡି ଚଳାଇ ଜାଣିନଥିବାବେଳେ ତାଙ୍କର କିପରି ଦୁର୍ଘଟଣାରେ ମୃତ୍ୟୁ ହେଲା ବୋଲି ପ୍ରଶ୍ନ କରିଛନ୍ତି ନରେନ୍ଦ୍ର । ଘଟଣାର ଏତେ ଦିନ ବିତିଯାଇଥିଲେ ସୁଦ୍ଧା ଅପରାଧୀକୁ ଗିରଫ କରାଯାଇନଥିବାରୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ବଙ୍ଗୋମୁଣ୍ଡା ଥାନା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ବଙ୍ଗମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛ ।  ଉପଯୁକ୍ତ ନ୍ୟାୟ ନ ମିଳିଲେ ସମସ୍ତେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking