30.1 C
Bhubaneswar
Monday, May 20, 2024
Homeଅପରାଧଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌ : ୪ ମହିଳା ଉଦ୍ଧାର, ୨ ଜଣ ପୁରୁଷ...

ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌ : ୪ ମହିଳା ଉଦ୍ଧାର, ୨ ଜଣ ପୁରୁଷ ଗିରଫ

ଭଦ୍ରକ : ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ ହୋଇଛି। ଏଥିରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗତ ୧୫ ଦିନ ହେବ ଏହି ଭଡ଼ା ଘରେ କିଛି ମହିଳା ରହୁଥିଲେ। ବହୁ ସମୟରେ ଏଠାକୁ ପୁରୁଷ ଆସୁଥିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା । ଏ ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେବା ପରେ ପୋଲିସ୍‌ ଗତକାଲି ରାତିରେ ଭଡ଼ା ଘରେ ଚଢଉ କରି ୪ ଜଣ ମହିଳାଙ୍କୁ ଉଦ୍ଧାର କରିବା ସହ ୨ ଜଣ ପୁରୁଷଙ୍କୁ ଗିରଫ କରିଛି। ଭଦ୍ରକ ସହରଠୁ ଅଳ୍ପ ଦୂରରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ପୋଲିସ ପାଖରେ ଏ ନେଇ କିପରି ଖରବ ନଥିଲା ସେ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking