32.1 C
Bhubaneswar
Friday, April 26, 2024
Homeଓଡିଶାଶବଦାହକୁ ଯାଇ ଶବ ହୋଇ ଫେରିଲେ ବୃଦ୍ଧ

ଶବଦାହକୁ ଯାଇ ଶବ ହୋଇ ଫେରିଲେ ବୃଦ୍ଧ

ଜୁନାଗଡ : ଜୁନାଗଡ଼ ଥାନା ଗୌଡ଼ ଛେଣ୍ଡିଆ ପଞ୍ଚାୟତ ଚିକିଲି-ବଲା ଗାଁ ରାସ୍ତାରେ ସାଇକେଲରୁ ଖସିପଡ଼ି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ବଣ୍ଡା କୁତୁରା ନିକଟ ମହିଭର ଗ୍ରାମର ଦୀନବନ୍ଧୁ ସୁନାନୀ(୫୨)କଲମପୁର ବ୍ଲକ ଭାଟି ଗାଁକୁ ନିଜ ଭଣଜାଙ୍କ ସ୍ତ୍ରୀର ଶବ ଦାହ କାର୍ଯ୍ୟରେ ଯୋଗଦେଇ ବଲାଗାଁ -ଚିକିଲି ରାସ୍ତା ଦେଇ ସାଇକେଲ ଯୋଗେ ନିଜ ଗାଁକୁ ଫେରୁଥିଲେ । ହେଲେ କୌଣସି କାରଣ ଯୋଗୁଁ ଚିକିଲି ଗାଁ ନିକଟରେ ଭାରସାମ୍ୟ ହରାଇ ସାଇକେଲରୁ ଖସିପଡ଼ିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ଦେଖିବାକୁ ଯାଇଥିଲେ । ସେଠାରେ ହିଁ ବୃଦ୍ଧଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ପରେ ଜୁନାଗଡ଼ ଥାନାକୁ ସୂଚନା ଦେବାରୁ ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିଥିଲା । ହେଲେ ଦୀର୍ଘ ସମୟ ପରେ ଶବକୁ ଚିହ୍ନଟ କରିବା ସମ୍ଭବ ହୋଇଥିଲା । ପରିବାର ଲୋକେ ଏ ସଂକ୍ରାନ୍ତରେ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଥିଲେ । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking