32.1 C
Bhubaneswar
Friday, April 26, 2024
Homeଓଡିଶାଆସନ୍ତା ବର୍ଷ ପାଠ୍ୟକ୍ରମରେ ‘ବନ୍ଦେ’

ଆସନ୍ତା ବର୍ଷ ପାଠ୍ୟକ୍ରମରେ ‘ବନ୍ଦେ’

ଭୁବନେଶ୍ୱର: ଏବେ ସ୍କୁଲରେ ପିଲା ଗାନ କରିବେ ‘ବନ୍ଦେ ଉତ୍କଳ ଜନନୀ’ । ଆସନ୍ତା ବର୍ଷଠୁ ପିଲା ପାଠ୍ୟକ୍ରମରେ ବି ଏ ବିଷୟରେ ପାଠ ପଢିବେ । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବାକୁ ଯାଉଛି ‘ବନ୍ଦେ ଉତ୍କଳ ଜନନୀ’ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ‘ ସିଲାବସରେ ଏହା ରହିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଚଳିତ  ବର୍ଷ ବହି ବଣ୍ଟନ ସରିଛି । ଯଦି ସୁବିଧା ହୁଏ ତେବେ ସ୍ୱତନ୍ତ୍ର ପୁସ୍ତିକା ବଣ୍ଟନ କରାଯିବ । ଯାହା ସୂଚନା ଓ ଲୋକ ସଂପର୍କ ବିଭାଗ ଆଧାରରେ ପାଠ୍ୟକ୍ରମରେ ସାମିଲ ହେବ । ପାଠ୍ୟକ୍ରମରେ ସଂଗୀତ ରହିବ ଓ କାନ୍ତକବିଙ୍କ ସଂପର୍କରେ ବି ସ୍ଥାନ ପାଇବ ବୋଲି ସେ କହିଛନ୍ତି । ପ୍ରତିଦିନ ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହାକୁ ଗାନ କରାଯିବ । ସମସ୍ତେ ଏହାକୁ ସମ୍ମାନ ଦେବା ପୂର୍ବକ ଗାନ କରିବା ଉଚିତ୍

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking