30.1 C
Bhubaneswar
Friday, April 26, 2024
Homeଓଡିଶା+୩ ପରୀକ୍ଷାକୁ ବିରୋଧ

+୩ ପରୀକ୍ଷାକୁ ବିରୋଧ

ଭୁବନେଶ୍ୱର: ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଏବେ କରୋନାର ଭୟାବହତା ରହିଥିବା ବେଳେ ପରୀକ୍ଷା ବିରୋଧ ନେଇ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି । ଧାର୍ଯ୍ୟ ହୋଇଥିବା ସୂଚୀ ଅନୁସାରେ ପରୀକ୍ଷା ହେଲେ ସଂକ୍ରମଣର ଭୟ ରହିଥିବା ସେମାନେ ଅଭିଯୋଗ କରିଛନ୍ତି ।

ସେଥିପାଇଁ କରୋନା ବିପଦ ନ ଟଳିବା ଯାଏଁ ପରୀକ୍ଷା ନ କରିବାକୁ ସେମାନେ ଦାବି କରୁଥିବା ସୂଚନା ମିଳିଛି । ପରୀକ୍ଷା ବାତିଲ କରାଯାଉ କିମ୍ବା ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଏହାକୁ ନେଇ ସରକାର କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
https://onakhabar.com/2020/06/08/students-will-read-new-subject-of-bande/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking