27.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରୀମନ୍ଦିର ସେବାୟତ ନେବେ ହୋମିଓପାଥୀ ଔଷଧ

ଶ୍ରୀମନ୍ଦିର ସେବାୟତ ନେବେ ହୋମିଓପାଥୀ ଔଷଧ

ପୁରୀ: ଆଗକୁ ଅଛି ଘୋଷ ଯାତ୍ରା । ଏଥିପାଇଁ ଘୋଷଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତଙ୍କର କରୋନା ଟେଷ୍ଟ ସହ ସେମାନଙ୍କୁ ଏବେ ହୋମିଓପାଥି ମେଡିସିନ ଦିଆଯିବ । ଯାହା ଦ୍ୱାରା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିପାରିବ । ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପାଥୀ ଔଷଧ ଦିଆଯିବା ନେଇ ସୂଚନା ମିଳିଛି ।

କରୋନା ସହ ଲଢେଇ ପାଇଁ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ସେମାନଙ୍କୁ ହୋମିଓପାଥୀ ଔଷଧ ଦିଆଯିବ ବୋଲି ସୂଚନା ମିଳିଛି । ଏହି ଔଷଧ ଦେବାକୁ ଆସନ୍ତା କାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଶିବିର ଅନୁଷ୍ଠିତ ହେବ । ଏହାର ଆୟୋଜନ ପାଇଁ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ଏହି ଶିବିରରେ ହୋମିଓପାଥି ଚିକିତ୍ସା ୯ ତାରିଖରୁ ୧୩ ତାରିଖ ଯାଏଁ ଚାଲିବ । ତେବେ ସେବାୟତଙ୍କ ମଧ୍ୟରେ ଦଇତାପତି, ପ୍ରତିହାରୀ, ସୁଆର, ପୂଜାପଣ୍ଡା ଓ ଗରାବଡୁ ସେବକମାନେ ହୋମିଓପାଥି ଔଷଧ ନେବେ ।
 
https://onakhabar.com/2020/06/08/rama-devi-utkal-univesity-students-stage-demonstration-in-front-of-their-varsity-gates-protesting-conduct-of-plus-iii-final-semester-exams-amid-covid19-pandemic/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking