34.1 C
Bhubaneswar
Friday, March 29, 2024
Homeକରୋନାହୋମ୍ କ୍ୱାରେଣ୍ଟାଇନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ହୋମ୍ କ୍ୱାରେଣ୍ଟାଇନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ମାଡିଚାଲିଛି କରୋନା । ଦେଶରେ ଏବେ ହୁ ହୁ ହୋଇ ଗ୍ରାସ କରି ଚାଲିଛି ଆତ୍ମଘାତୀ ଭାଇରସ କରୋନା । ଅଢେଇ ଲକ୍ଷ ଛୁଇଁଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ଥିବା ସୂଚନା ମିଳିଛି । ତାଙ୍କୁ ଜ୍ୱର ଏବଂ ଗଳାରେ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ପରେ ସେ ଏବେ ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ମିଳିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ନେଇ ଆସନ୍ତାକାଲି କେଜ୍ରିୱାଲ ଙ୍କ କରୋନା ଟେଷ୍ଟ ହେବ । ଟେଷ୍ଟ ରିପୋର୍ଟ ଆସିବା ପରେ ସେ କୋଭିଡ ୧୯ରେ ଆକ୍ରାନ୍ତ କି ନାହିଁ ଜଣାପଡିବ । ଅନ୍ୟପଟେ ତାଙ୍କର ଆଜି ଥିବା ସମସ୍ତ ବୈଠକକୁ ବାତିଲ୍ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯୮୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି  । ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୬୬୧୧ ହେଲାଣି । ଅନ୍ୟପଟେ ୭୧୩୫ ଲୋକଙ୍କ କରୋନାରେ ପ୍ରାଣ ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଛି । ସେଠାରେ ପ୍ରାୟ ୮୫,୯୭୫ ଟି କରୋନା ମାମଲା ରହିଥିବା ବେଳେ ତାମିଲନାଡୁରେ ୩୧,୬୬୭, ଦିଲ୍ଲୀରେ ୨୭,୬୫୪, ଗୁଜୁରାଟରେ ୨୦୦୭୦ଟି କରୋନା ମାମଲା ରହିଛି । ଆଉ ରାଜସ୍ଥାନରେ ୧୦,୫୯୯ଟି ମାମଲା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking