30.1 C
Bhubaneswar
Friday, April 26, 2024
Homeଓଡିଶାକପ୍ତିପଦାର ସ୍ଵାଵଲମ୍ଵି ମହିଳା ଵନଲତା

କପ୍ତିପଦାର ସ୍ଵାଵଲମ୍ଵି ମହିଳା ଵନଲତା

କପ୍ତିପଦା : କପ୍ତିପଦା ଵ୍ଲକର ସ୍ଵାଵଲମ୍ଵି ମହିଳା ଵନଲତା । ଵଡଖଲାଡି ଗ୍ରାମ ପଞ୍ଚାୟତ, ସାନ ଖଲାଡି ଗାଁର ଵୋହୁ,୨୦୦୧ମସିହାରେ ତାଙ୍କର ଵିଵାହ ହୋଇଥିଲା, ହସ ଖୁସିର ସଂସାର ଭିତରେ ଦଇଵ ଵଇରି ହେଲା ,୨୦୦୭ ମସିହାରେ ଏକ ଦୁର୍ଘଟଣାରେ ସ୍ଵାମୀ ମନୋରଞ୍ଜନ ଦୁଇଟି ଆଖି ହରାଇ ଅନ୍ଧ ହୋଇଗଲେ,ସଵୁ ଯେମିତି ଓଲଟ ପାଲଟ ହୋଇଗଲା,ସଵୁ ସୁଖ ଶାନ୍ତି ସ୍ଵପ୍ନ ହୋଇଯାଇଥିଲା, ଏମତି କି ଦୁଇଵେଳା ପେଟପୁରା ଖାଇଵାକୁ ମଧ୍ୟ ମିଳୁ ନଥିଲା, ଛୋଟପୁଅ ଓ ଭିନ୍ନକ୍ଷମ ସ୍ବାମୀକୁ ଧରି ଘରୁ ଗୋଡ କାଢିଥିଲେ ଵନଲତା,ମଫସଲ ଗାଁ ରେ ରହୁଥିଵାରୁ ଅନେକ ଲୋକଙ୍କ ଠାରୁ ଵିଭିନ୍ନ ଟିହି ଟାପରା ଶୁଣିଵାକୁ ପଡିଥିଲା,ପଛକୁ ନ ଚାହିଁ ଆଗକୁ ଵଢିଥିଲେ ଵନଲତା,କପ୍ତିପଦା ଵ୍ଲକ ସମ୍ମୁଖରେ ଚା\’ଦୋକାନ ଟିଏ କରିଥିଲେ, ପ୍ରଥମ ଅଵସ୍ଥା ରେ ଟିକେ ଅଡୁଆ ଲାଗୁଥିଲା, ଏଵେକିନ୍ତୁ ଖୁଵ୍ ଶାନ୍ତି ରେ ଅଛନ୍ତି, ନିଜ ଗୋଡରେ ନିଜେ ଛିଡାହୋଇ ପରିବାର ର ଦାୟିତ୍ୱ ଵହନ କରିଛନ୍ତି, ତେଵେ ତାଙ୍କର ଗୋଟାଏ ସ୍ଵପ୍ନ ଅଧୁରା ରହିଯାଇଛି, ଭଗବାନ ସହାୟ ହେଲେ ଅଞ୍ଚଳରେ ଥିବା ଭିନ୍ନକ୍ଷମ ଓ ଓଢଣି ତଳେ ନିଜକୁ ଲୁଚାଇ ରଖି ନିର‌୍ୟାତନାର ଶିକାର ହେଉଥିଵା ମହିଳା ମାନଙ୍କୁ ସ୍ଵାଵଲମ୍ଵି କରିଵାକୁ ସହାୟତା କରିପାରିବେ, ତାଙ୍କର ଏତାଦୃଶ କାମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଵ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking