39.1 C
Bhubaneswar
Wednesday, April 24, 2024
Homeଓଡିଶାଗୁଣୁପୁର କରାବାଙ୍କରେ ପାନୀୟ ଜଳ ସମସ୍ୟା ଉତ୍କଟ ।

ଗୁଣୁପୁର କରାବାଙ୍କରେ ପାନୀୟ ଜଳ ସମସ୍ୟା ଉତ୍କଟ ।

ଗୁଣୁପୁର : ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ରାଜ୍ୟ ସରକାର । ସବୁଠି ବିକାଶର ନାରା ଦେଇ ବାହସ୍ପଟ ମାରୁଥିବା ରାଜ୍ୟ ସରକାର, ସାଧାରଣ ଲୋକଙ୍କୁ ପାଣି ମୁନ୍ଦାଏ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଏ ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ , ଖୋଦ ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୬ କରାବାଙ୍କ କଲୋନୀ ର । ଏଠାରେ ପ୍ରାୟ ୧୨୫ ପରିବାର ର ୫୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । କଲୋନୀ ରେ ରହିଛି ୩ ଟି ନଳକୂପ । ହେଲେ ଏଥିରୁ ୨ ଟି ଅଚଳ ହୋଇ ପଡ଼ି ରହିଛି । ଏକମାତ୍ର ନଳକୂପ ଏତେ ଲୋକଙ୍କୁ ପାଣି ଯୋଗାଇବାରେ ଅକ୍ଷମ । ଫଳରେ ବାଧ୍ୟ ହୋଇ ଲୋକେ ଏକ କିଲୋମିଟର ଦୂରରେ ଥିବା ବଂଶଧାରା ନଦୀ ଉପରେ ନିର୍ଭର କରୁଥିବା କହିଛନ୍ତି । ଏହି ସମସ୍ୟା ଆଜିର ନୁହେଁ । ଦୀର୍ଘ ଏକ ବର୍ଷ ଧରି ଏଠାରେ ମଟର ଖୋଳା ଯାଇଛି, ପମ୍ପ ହାଉସ ବି ହୋଇସାରିଛି । ହେଲେ ନାହିଁ ବିଜୁଳି ସଂଯୋଗ । ଘର ଘରକୁ ପାଇପ ଲାଇନ ଦିଆଯାଇଛି ହେଲେ ଆସୁନି ପାଣି । ଏସବୁ ଏଠାକାର ଲୋକଙ୍କ ପାଇଁ ପ୍ରହସନ ଓ ପ୍ରତାରଣା ପାଲଟିଛି । ଦୀର୍ଘ ୨ କିଲୋମିଟର ଦୂର ବିକ୍ରମପୁରୁ ରୁ ଏଠାକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ନିମ୍ନ ଭୂମି ରୁ ଉଚ୍ଚ ଭୂମିରେ ଥିବା କଲୋନୀକୁ ସଂଯୋଗ ବ୍ୟବସ୍ଥା କରାଯିବା ଯୋଗୁଁ ପାଣି ଆସୁନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟା ଯୋଗୁଁ କରାବାଙ୍କ ଠାରେ ମଟର ହାଉସ ବସିଥିଲେ ମଧ୍ୟ କୌଣସି କାର‌୍ୟ୍ୟକ୍ଷମ ହୋଇପାରି ନାହିଁ । ଏନେଇ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କୁ ପଚାରିବାରୁ ଟେଣ୍ଡର ପ୍ରକ୍ରିୟା କରାଯାଇ ଏହି କାମ ଆରମ୍ଭ କରାଯିବ ବୋଲି କହିଛନ୍ତି । କେବେ ଦୂର ହେବ ଏଠାକାର ଜଳ ସମସ୍ୟା ନା ପୁଣି ପ୍ରତିଶୃତି ପ୍ରତାରଣା ପାଲଟିବ ତାହା ଦେଖିବାକୁ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking