28.1 C
Bhubaneswar
Saturday, April 27, 2024
Homeଓଡିଶାକଲାମ କପ ଉଦଯାପିତ : ଏନଏଫସି କଟକ କୁ ହରାଇ ବରଗଡ ଇଉନାଇଟେଡ ଚମ୍ପିଆନ

କଲାମ କପ ଉଦଯାପିତ : ଏନଏଫସି କଟକ କୁ ହରାଇ ବରଗଡ ଇଉନାଇଟେଡ ଚମ୍ପିଆନ

ବଲାଙ୍ଗିର (ଦେବାଶିଷ ମିଶ୍ର)- ଲୋଇସିଂହା ରେ ଚାଲିଥିବା ରାଜ୍ୟ ସ୍ତରିୟ ଆଇ.ଏମ.କଲାମ ଫୁଟବଲ କପ ଫାଇନାଲରେ ଆଜି ପେନାଲଟି ସୁଟ ଆଇଟରେ ବରଗଡ ଇଉନାଇଟେଡ, କଟକ ର ଏନଏଫସି କୁ ୩-୦ ଗୋଲରେ ହରାଇ ଚମ୍ପିଆନ ହୋଇଛି । ଫାଇନାଲରେ ଉଭୟ ବରଗଗଡ ଓ କଟକ ଦଳ ଉଚ୍ଚ କୋଟି ଖେଳ ପ୍ରଦର୍ଶନ କରିଥିôଲେ । ଖେଳ ଶେଷ ସୁଦ୍ଧା ସ୍କୋର ୦-୦ ରେ ବରାବର ରହିଥିଲା । ତେବେ ଫେନାଲଟି ସୁଟ ଆଇଟ ଯୋଗେ ବରଗଡ ବିଜୟୀ ଘୋଷିତ ହୋଇଥିଲା ।
ଏହି ମ୍ୟାଚରେ ବରଗଡର ସିଦ୍ଧାର୍ଥ ବେହେରାଙ୍କୁ ମେନ୍ ଅଫ୍ ଦି ମ୍ୟାଚ ଘୋଷିତ କରାଯାଇଥିବା ବେଳେ ବରଗଡ ଦଳର ଆଉ ଜଣେ ଖେଳାଳି ଭରତ ମୁଣ୍ଡା ମେନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ଆଜିର ଏହି ଫାଇନାଲ ମ୍ୟାଚରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଂଚଳରେ ଖେଳ ଓ ଖେଳାଳିଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଭିତ୍ତିଭୁମି ର ଆହୁରି ବିକାଶ ହୋଇପାରିଲେ ଉଭୟ ଖେଳ ଓ ଖେଳାଳି ର ଏନ୍ନତି ହେବା ସହ ଏହା ଏକ ସୁସ୍ଥ ସମାଜ ର ଗଠନରେ ସହାୟାକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ଖେଳାଳି ଶ୍ରୀକାନ୍ତ ବହିଦାର, ଦେବାଶିଷ ବାଗ, ଶେଷଦେବ ବେହେରା ଓ ଚିତ୍ତ ରଂଜନ ପାଣ୍ଡେ ରେଫରିର ଦାୟିତ୍ୱ ତୁଳାଇଥିଲେ । ଲୋଇସିଂହା ତଥା ଆଖପାଖ ଅୃ୍‌ଚଳ ର ହଜାର ହଜାର ଲୋକ ଏହି କହେଳ କୁ ଉପୋଭୋଗ କରିଥିଲେ ।ଏହା ସହିତ ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟଟ ଆଜି ସମାପ୍ତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking