29.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି କରଙ୍ଗାକଣ୍ଟାକୁ ନେଇ ହେବ ଆନ୍ଦୋଳନ

ପୁଣି କରଙ୍ଗାକଣ୍ଟାକୁ ନେଇ ହେବ ଆନ୍ଦୋଳନ

ବଲାଙ୍ଗିର : ସ୍ଥାନୀୟ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ କରଙ୍ଗାକଣ୍ଟା ବଞ୍ଚାଅ ଅଭିଯାନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ କୃଷ୍ଣଚନ୍ଦ୍ର ନାଏକଙ୍କ ଆବହକତ୍ୱ ତଥା ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା ଏହି ଅଭିଯାନର ସଭାପତି ହେମନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଦିନ ଧରି ଜିଲା ପ୍ରଶାସନକୁ ଅନୁରୋଧ କରାଯିବା ସହ ବିଭିନ୍ନ ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ବେଳେ ଜନପ୍ରତିନିଧିଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଥିଲା । କିନ୍ତୁ ଆଜି ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗତ ୨୦୧୯ ମସିହା ଫେରୃଆରୀ ଶେଷ ତଥା ମାର୍ଚ୍ଚ ପ୍ରଥମ ସପ୍ତାହରେ କରଙ୍ଗାକଣ୍ଟାର ପନରୁଦ୍ଧାର କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶୃତି ମିଲିଥିଲା । ଏପରିକି ରାଜ୍ୟ ରାଜଧାନୀରେ ଜିଲାର ବିଧାୟକ,ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସେଠି ମଧ୍ୟ କରଙ୍ଗାକଣ୍ଟା ବିଷୟରେ କଥା ପଡିଥିଲା । ହେଲେ ଦିନ ଗଡି ଯାଉଥିବା ବେଳେ କାମ କିନ୍ତୁ ଆଜି ଯାଏଁ ଆରମ୍ଭ ହୋଇନି । ଏଭଳି ସ୍ଥିତିରେ କେବଳ ପ୍ରତିଶ୍ରୃତିରେ କରଙ୍ଗାକଣ୍ଟାକୁ ପୋତିଦିଆଯିବାର ଉଦ୍ୟମ କରାଯାଉଥିବା ମତପ୍ରକାଶ ପାଇଥିଲା । ଯଦି ଏହାର ପୁନରୁଦ୍ଧାର କାର୍ଯ୍ୟ କରାନଯାଏ ତାହା ହେଲେ ଏହାକୁ ନେଇ ଜନ ଆନ୍ଦୋଳନ ବଲାଙ୍ଗିରରେ ତୀବ୍ରତର ହେବ ବୋଲି ମତପ୍ରକାଶ ପାଇଥିଲା । ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ଗୋବିନ୍ଦ ଶତପଥି ଚେତବାନୀ ଦେଇଥିଲେ ।
ପରେ ମହାଶ୍ୱରୀ ଅନୁଷ୍ଠାନର ସଭାପତି ଅଙ୍କୁଶ କୁମାର ପାଣ୍ଡିଆ,ବଲାଙ୍ଗିର ୟୁଥ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ, କଲକୀ ମାନବ ସେବା ସମିତିର ଜୟଦେବ ବହିଦାର,ବଲାଙ୍ଗିର ସିଭିଲ ସୋସାଇଟିର ସଭାପତି ନୀଳମଣୀ ମିଶ୍ର, ଆରଟିଆଇ କର୍ମୀ ଶମ୍ଭୁ ପ୍ରସାଦ ଶତପଥୀ, କରଙ୍ଗାକଣ୍ଟା ଅଭିଯାନର ଉପ ସଭାପତି ମନୋରଂଜନ ପୁରୋହିତ, ସମ୍ପାଦକ ଇଂ କିଶୋର ମୋହନ ମିଶ୍ର, ରାଧାକାନ୍ତ ନାୟକ, ସଂଜୟ ଷଡଙ୍ଗୀ, ରିଲୁ ରଥ,ଗୋବିନ୍ଦ ଶତପଥି,ଅବିନାଶ ଦିଶ୍ରୀ ପ୍ରମୁଖଙ୍କ ସମେତ ଅନୁଷ୍ଠାର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking