28.1 C
Bhubaneswar
Saturday, April 27, 2024
Homeଓଡିଶାଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ: ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ବଡପ୍ରଶ୍ନ ହୋଇ...

ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ: ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ବଡପ୍ରଶ୍ନ ହୋଇ ମୁଣ୍ଡ ଟେକୁଛି

ବଲାଙ୍ଗିର:ଦିନକୁ ଦିନ ସମ୍ବାଦିକଙ୍କ ସୁରକ୍ଷା ସାରା ଦେଶରେ ଏକ ବଡ ପ୍ରଶ୍ନ ହୋଇ ମୁଣ୍ଡ ଟେକିଛି । ଗୋଟିଏ ଦଳ ପରେ ଅନ୍ୟ ଦଳ ସରକାର ଗଢିଛନ୍ତି । କିନ୍ତୁ ସାମ୍ବାଦିକଙ୍କ ସ୍ଥିତିରେ କିଛି ଫରକ ପଡିନାହିଁ, ବରଂ ଏହା ଧିରେ ଧିରେ ଆହୁରି ଦୁର୍ବଳ ହୋଇଛି । ତେବେ ଆମ ରାଜ୍ୟ କଥା ଚିନ୍ତା କରାଗଲେ, ଯଦିଓ ଏଠି ଗତ ୨୦ ବର୍ଷ ହେବ ଏକ ସ୍ଥାୟୀ ତଥା ପୁର୍ଣ୍ଣ ବହୁମତ ଥିବା ସରକାର ଅଛନ୍ତି କିନ୍ତୁ ଏଠି ସାମ୍ବାଦିକଙ୍କ ସୁରକ୍ଷା ଆହୁରି ଉତ୍କଟ । ଅନ୍ୟ ରାଜ୍ୟରେ ସାମ୍ବାଦିକଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗରୁ ମଧ୍ୟ ଆମ ରାଜ୍ୟର ସାମ୍ବାଦିକ ମାନେ ବଞ୍ଚିତ ହେଉଥିବା ବେଳେ ଗ୍ରାମଞ୍ଚଳର ସାମ୍ବାଦିକଙ୍କ ଅବସ୍ଥା ଆହୁରି ଖରାପ ବୋଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବରପଦର ପଂଚାୟତ କୁତମୁଣ୍ଡା କାହ୍ନା ନର୍ସରୀ ଠାରେ ଆଜି ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ ରେ ମତ ପ୍ରକାଶ ପାଇଛି ।
ଜିଲ୍ଲା ସଭାପତି ଆନନ୍ଦ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ କୁମାର ନାଏକ, ଉପସଭାପତି ବାଳକୃଷ୍ଣ ମିଶ୍ର, ଉପସଭାପତି ଅଶୋକ ନାରାୟଣ ଭୋଇ,ସହ ସମ୍ପାଦକ ଦେବାଶିଷ ମିଶ୍ର, ସହ ସଂପାଦକ ଦେବରାଜ ନାହାକ, ଲଲିତ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ଶ୍ୟାମପ୍ରସାଦ ଗୁରୁ, ସୁବାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଆଗାମି ଦିନରେ କିପରି ସଂଘକୁ ଆହୁରି ମଝବୁତ କରାଯିବ ତାହା ନେଇ ବିଶେଷ ମନ୍ଥନ କରିଥିଲେ । ସେହିପରି ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ, ସ୍ୱାସ୍ଥ୍ୟ ଓ ବୀମା ସଂପର୍କ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସାଧାରଣ ସଂପାଦକ ବିମଳେନ୍ଦୁ ସାହୁ ସଭା ସଂଯୋଜନା କରିଥିଲେ । ନୂତନ ସଦସ୍ୟ ଭାବେ ରାଜେଶ କୁମାର ଚାନ୍ଦ,ମିନିକେତନ ମେହେର,ପ୍ରଶାନ୍ତ କୁମାର ମେହେର,ବିଜୟାନନ୍ଦ ଦାସ,ଅଜିତ କୁମାର ପୁରୋହିତ,ଲଲିତ ମଲ୍ଲିକ,ପ୍ରତ୍ୟୁଷ ରଞ୍ଜନ ଖମାରୀ,ବିମଲ କୁମାର ବାଗ ପ୍ରମୁଖ ସଦସ୍ୟତା ଗ୍ରହଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମ୍ମରେ ଶଙ୍କର ରାଜୁ,ଶ୍ୟାମ ସୁନ୍ଦର ମେହେର, ହୁଲେଶ୍ୱର ହଂସ,ଅଜିତ କୁମାର ସାହୁ,ଅଜିତ କୁମାର ମିଶ୍ର ଙ୍କ ଜିଲ୍ଲା ର ବିଭିନ୍ନ ଅଂଚଳ ରୁ ସାମ୍ବାଦିକ ମାନେ ପ୍ରମୁଖ ଉପସ୍ଥିତ ଥିଲେ । ଶେଷ ରେ ଦୀପକ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking