28.1 C
Bhubaneswar
Saturday, April 27, 2024
Homeଅପରାଧମନରେଗାର ଟଙ୍କା କୁନେଇ ଶ୍ରମିକଙ୍କୁ ମାଡ, ଥାନାରେ ମାମଲା ପ୍ରଶାସନ ନିରବ

ମନରେଗାର ଟଙ୍କା କୁନେଇ ଶ୍ରମିକଙ୍କୁ ମାଡ, ଥାନାରେ ମାମଲା ପ୍ରଶାସନ ନିରବ

ବଲାଙ୍ଗିର/ସଇଁନ୍ତଲା -ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କନ୍ଧକେଲଗା ପଂଚାୟତରେ ମହାମ୍‌ôାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି (ମନରେଗା)ଯୋଜନାରେ ପୋଖରୀ ଖୋଳା ଯାଇଛି । ପୋଖରୀ ଉନ୍ନତୀ କରଣ ଟଙ୍କା ସାଧାରଣ ଲୋକଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିଲା । ଲୋକଙ୍କ ପାଖକୁ ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଯାଇଥିଲେ । ତେବେ ଟଙ୍କା ଫେରସ୍ଥ ନଦେବାକୁ କହିବାରୁ ଯୁବକଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୂଯାଇ କନ୍ଧକେଲଗାଁ ପଂଚାୟତ ଗୁର୍ଲାମାଲ ଗାଁ ଠାରୁ ପ୍ରାୟ ୩-୪ କିମି ଦୂର ସମରାବୁଢା ଡୁଙ୍ଗୁରି ପାଖ ବାଘଧରା ପୋଖରୀର ଉନ୍ନତୀକରଣ ପାଇଁ ୨୦୧୯-୨୦ ବର୍ଷରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।୧୦ ଜଣ ଜବ କାର୍ଡଧାରୀ ଏଥିରେ କାମ କରିଥିବା ଦର୍ଶାଇ ପ୍ରତ୍ୟେକଙ୍କ ଖାତାକୁ ୧୧୨୮ ଟଙ୍କା ଲେଖାଏଁ ଜମା ହୋଇଥିଲା । ଏହି ଟଙ୍କା ଜମା ହେବା ପରେ ଏପ୍ରିଲ ୮ ତାରିଖ ଦିନ ଗୁର୍ଲାମାଲ ଗାଁର ସୁମନ୍ତ ସାହୁ ଓ ପଂଚାୟତ ନିର୍ବାହି ଅଧିକାରୀ ଆନନ୍ଦ ପ୍ରଧାନ ଗୁର୍ଲାମାଲ ଗାଁର ବାବୁଲାଲ ସାହୁଙ୍କୁ ଡାକି ଟଙ୍କା ଫେରାଇ ଦେବାକୁ କହିଥିଲେ । ବାବୁଲାଲ କାମ ନକରି ତାଙ୍କ ବ୍ୟାଙ୍କ ଖାତାରେ କିଭଳି ଟଙ୍କା ଆସିଲା ବୋଲି ମଧ୍ୟ ପଚାରିଥିଲେ । ଉତ୍ତରରେ ବାବୁଲାଲ ଟଙ୍କା ସରକାର ମୋ ଖାତାକୁ ଦେଇଛନ୍ତି ତେଣୁ ସେହି ଟଙ୍କା ମୁ କାହାକୁ ଦେବି ନାହିଁ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିର୍ବାହି ଅଧିକାରୀ ଶ୍ରୀ ପଧାନ ସହ ଥିବା ସୁମନ୍ତ ହଠାତ ଗାଲିଗୁଲଜ କରିବା ସହ ବାବୁଲାଲଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରି ଏସଆଇ ସଙ୍ଗିତା ବେକ୍ ଘଟଣାର ତଦନ୍ତ କରୁଛନ୍ତି ।ଏ ସଂପର୍କରେ ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ତାଙ୍କ ପାଖରେ କୈାଣସି ସୂଚନା ନାହିଁ କହିଥିବା ବେଳେ ଘଟଣାର ତଦନ୍ତ କରିବି ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking