22.1 C
Bhubaneswar
Sunday, January 23, 2022
Homeଓଡିଶାକୋହଳ ହେବନି ଦ୍ୱିତୀୟ ପର୍ଯାୟ ଲକ ଡାଉନ

କୋହଳ ହେବନି ଦ୍ୱିତୀୟ ପର୍ଯାୟ ଲକ ଡାଉନ

ଭୁବନେଶ୍ୱର : ଆସନ୍ତା କାଲି ସରୁଛି ୨୧ ଦିନିଆ ଲକ୍ ଡାଉନ । ଏହାପରେ ୧୫ ତାରିଖ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହେବ । ଯାହାର ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରହିବ । ହେଲେ ଏହି ପର୍ଯ୍ୟାୟରେ ଭୁବନେଶ୍ୱରରେ ଲକ ଡାଉନ କୋହଳ ହେବନି ବୋଲି ସୂଚନା ମିଳିଛି । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେିଥିବା ସୂଚନା ଅନୁଯାୟୀ, ପ୍ରଥମ ପର‌୍ୟ୍ୟାୟରେ କେବଳ ଜରୁରୀ ସେବା ଓ କିଛି ଅତ୍ୟାବଶ୍ୟକ ସାମଗ୍ରୀକୁ କଟକଣାରୁ ମୁକ୍ତ ରଖାଯାଇଥିବା ବେଳେ ଦ୍ୱିତୀୟ ପର‌୍ୟ୍ୟାୟରେ ଆଉ କିଛି କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି। ଦ୍ୱିତୀୟ ପର‌୍ୟ୍ୟାରେ କୃଷି କ୍ଷେତ୍ରକୁ ବହୁଳମାତ୍ରାରେ କଟକଣାମୁକ୍ତ କରାଯାଇଛି। ଚାଷ କାର‌୍ୟ୍ୟଠୁ ଆରମ୍ଭ କରି ବିହନ, ସାର ନେବା ଆଣିବା କରିବା, ମଣ୍ଡିକୁ ଯିବା ଓ ପୋଖରୀ ଆଦି ଖୋଳିବା କାର‌୍ୟ୍ୟକୁ କଟକଣା ମୁକ୍ତ କରାଯାଇଛି। ସେହିପରି କେନ୍ଦୁପତ୍ର ତୋଳାଠୁ ଆରମ୍ଭ କରି ଏହା ସହିତ ଜଡ଼ିତ ଅନ୍ୟାନ୍ୟ କାର‌୍ୟ୍ୟ, ମନରେଗା କାର‌୍ୟ୍ୟ, ସ୍ୱଚ୍ଛ ଭାରତ କାର‌୍ୟ୍ୟକ୍ରମରେ ପାଇଖାନା ନିର୍ମାଣ, ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର‌୍ୟ୍ୟ ଆଦିକୁ ଚାଲୁ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ରାଜଧାନୀବାସୀଙ୍କ ଲାଗି କିଛି କଟକଣା କୋହଳ କରାଯାଇ ନାହିଁ।
ଏନେଇ ଶ୍ରୀ ଜେନା କହିଛନ୍ତି, ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱର ସହରରୁ ବାହାରିଛନ୍ତି। ସେହିଭଳି ଏଠାରେ କୃଷି କାର‌୍ୟ୍ୟ ବି ହେଉ ନାହିଁ। ସେଥିପାଇଁ ଭୁବନେଶ୍ୱର ସହରରେ ଲକ୍ଡାଉନ୍ ନିୟମରେ କୋହଳ ହେବନି। ତେବେ ଏହା ପାଇଁ କିଛି ଅଲଗା ନିୟମ ଆଣିବା ପାଇଁ ଚିନ୍ତା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking