34.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୫୫

ଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୫୫

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେହି ବ୍ୟକ୍ତି ଜଣକ ୩୫ ବର୍ଷୀୟ ଯୁବକ ହୋଇଥିବା ବେଳେ ସେ ଭୁବନେଶ୍ୱର ବମିଖାଲ୍ ଅଂଚଳର ବୋଲି ସୂଚନା ମିଳିଛି । ତେବେ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେହି ବ୍ୟକ୍ତି ଜଣକ ଆସିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ କୋଭିଡ-୧୯ ସଚିବ ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ତେବେ କେବଳ ରାଜଧାନୀ ଭୁବନେଶ୍ୱରରେ ୪୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇଥିବା ବେଳେ ବାକି ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ପୀଡିତ ଥିବା କରୋନା ରୋଗୀ ନମ୍ବର ୭, ୮, ୨୨ ଏବଂ ୩୯ ଙ୍କ ଏହି ବ୍ୟକ୍ତି ହେଉଛନ୍ତି ପଡୋଶୀ । ଆଉ ଏବେ ତାଙ୍କୁ କିମ୍‌ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହା ପୂର୍ବରୁ ବମିଖାଲକୁ ସିଲ୍ କରାଯାଇଥିଲା । ପରେ ଘରକୁ ଘର ବୁଲି ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବା ପରେ ଏହା ପଜେଟିଭ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking