29.1 C
Bhubaneswar
Saturday, April 27, 2024
HomeUncategorizedହାତିଶାଲ ପଡାରେ ମାନବଧିକାର ହନନ : ୭ ଦିନ ହେଲା ଭୋକରେ କନ୍ଟେନମେନ୍ଟ ଜୋନ ବାସି

ହାତିଶାଲ ପଡାରେ ମାନବଧିକାର ହନନ : ୭ ଦିନ ହେଲା ଭୋକରେ କନ୍ଟେନମେନ୍ଟ ଜୋନ ବାସି

ଫଟୋ ଉଠାଇଲେ ପୋଲିସବାବୁଙ୍କ ପେଟ ଦରଜ

 
ବଲାଙ୍ଗିର : ବିଗତ ସାତ ଦିନ ହେଲା ବଲାଙ୍ଗିର ସଦରମହକୁମା ର ହାତିଶାଲ ପଡା ରେ କରୋନା ସଂକ୍ରମିତ ଚିହ୍ନଟ ହେଲା ପରେ ଏହି ଅଂଚଳ କୁ କନ୍ଟେନମେନ୍ଟ ଜୋନ ଘୋଷଣା କରିବା ସହିତ ପ୍ରଶାସନ ତରଫରୁ ସିଲ କରି ଦିଆଯାଇଛି । କିନ୍ତୁ ଏହି ଅଂଚଳରେ ମୁଖ୍ୟତଃ ଆର୍ଥିକ ରୁପେ ଅତି ଦୁର୍ବଳ ଶ୍ରେଣି ର ଲୋକେ ତଥା ପ୍ରାୟତଃ ଦିନ ମଜୁରିଆ ବସବାସ କରନ୍ତି । ହଠାତ କନ୍ଟେନମେନ୍ଟ ଘୋଷଣା ଯୋଗୁଁ ସେମାନେ କିଛି ଖାଇବା ସାମଗ୍ରି କିଣି ମହଜୁଦ କରି ପାରି ନଥିଲେ । ଅନ୍ୟପଟେ ସିଲିଂ ଯୋଗୁଁ ସେମାନେ ବାହାରକୁ ଯାଇ ନା କିଛି ରୋଜଗାର କରି ପାରୁଛନ୍ତି ନା କିଛି ସାମାନ କିଣି ନିଜ ତଥା ଛୁଆଙ୍କ ଭୋକ ମେନ୍ଟାଇ ପାରୁଛନ୍ତି । ଏଭଲି ସ୍ଥଳେ ସେମାନେ ଭୋକ ଉପାସରେ ଦି କାଟିବ ଛଡା ଅନ୍ୟ ପାନ୍ଥା କିଛି ନାହିଁ ବୋଲି ହାତିଶାଲ ପଡା କନ୍ଟେନମେନ୍ଟ ଜୋନ ବାସି ପ୍ରଥମ ଦିନରୁ ଅଭିଯୋଗ କରି ଆସୁଛନ୍ତି । ଆଜି ପଯ୍ୟନ୍ତ ସରକାରି ସ୍ତର ରେ ସେମାନଙ୍କୁ ନା ରନ୍ଧାଖାଦ୍ୟ ନା ଖାଇବା ସାମଗ୍ରି ଯୋଗାଇ ଦିଆ ଯାଇନଥିବା ମଧ୍ୟ ସେମାନେ କହିଛନ୍ତି । ତେବେ ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳଙ୍କୁ ପଚରାଯିବାରୁ , କୋଭିଡ ନିୟମାନୁସାରେ ଏଭଳି କୌଣସିି ସରକାରି ବ୍ୟବସ୍ଥା ନାହି ବୋଲି କହିଥିବା ବେଳେ , ଯଦି କନ୍ଟେନମେନ୍ଟ ଜୋନ ବାସୀ ପଇସା ଦେଇ କିଛି ଆବଶ୍ୟକିୟ ସାମଗ୍ରି କିଣିବାକୁ ଚାହିବେ ତାହେଲେ ଆମେ ସେମାନଙ୍କୁ ତାହା ଯୋଗାଇଦେବୁ ବୋଲି କହିଛନ୍ତି ।
କିନ୍ତୁ ଏଠି ପୁଣି ପ୍ରଶ୍ନ ଉଠୁଛି, ଗତ ସାତ ଦିନ ହେଲା କନ୍‌ଟେନ୍‌ମେଂଟ୍ ଜୋନ୍‌ରେ ବଂଧା ପଡ଼ିଥିବା ଗରିବ ଦିନ ମଜୁରିଆ ପରିବାର ଟଙ୍କା ଆଣିବେ କେଉଁଠୁ? ଯଦି ଜୀବନ ବଂଚାଇବା ପାଇଁ କେଉଁଠୁ ଧାର କରଜ କରି ଆଣୁଛନ୍ତି, ତାହେଲେ ବି ତାଙ୍କ ଟଙ୍କାକୁ କର୍ମଚାରୀମାନେ ନେବାକୁ ନାରାଜ । କାଳେ ସେହି ଟଙ୍କାରେ କରୋନା ସଂକ୍ରମଣ ହୋଇପାରେ । ଏଭଳି ପରିସ୍ଥିତିରେ ଘରେ ଚୁଲି ଲିଭିଗଲାଣି । ବାହାରୁ ଖାଦ୍ୟ ଆସି ପାରୁନି । ହାତରେ ଟଙ୍କା ବି ନାହିଁ । କାକୁତି ମିନତି କରି କାହାକୁ ଦେଲେ ବି ସେ ଟଙ୍କା ଛୁଇଁବାକୁ ନାରାଜ । ତେବେ ଲୋକେ ଖାଇବେ କ’ଣ, ବଂଚିବେ କିପରି? ଏହା ନିଶ୍ଚୟ ତାଙ୍କର ବଂଚି ରହିବାର ମାନବାଧିକାର ଉଲଂଘନ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ପୁଣି ସେ ଅଂଚଳର ପ୍ରଥମ ପଜେଟିଭ୍ ପ୍ରଫୁଲ୍ଲ ବାଗ ସୁସ୍ଥ ହୋଇ ଯାଇଛନ୍ତି ବୋଲି ତାଙ୍କୁ ଡିସଚାର୍ଜ କରି ତାଙ୍କ ବାସସ୍ଥାନକୁ ପ୍ରଶାସନ ଆଜି ଫେରାଇ ଅଣୀଥିବା ବେଳେ ତାଙ୍କର ଏ ପର୍ଯ୍ୟନ୍ତ ରୋଗ, କାଶ ଠିକ୍ ହୋଇ ନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଲୋକେ କହୁଛନ୍ତି, ତାଙ୍କୁ ପୁନଃ ଟେଷ୍ଟ କରି ନେଗେଟିଭ୍ ରିପୋର୍ଟ ମଧ୍ୟ ଦିଆ ଯାଇନାହିଁ । ଫଳରେ ଅଂଚଳରେ ସଂକ୍ରମଣ ଆଶଂକା ଆହୁରି ବଢ଼ିବ ବୋଲି ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।
ତେବେ କନ୍‌ଟେନ୍‌ମେଂଟ୍‌ବାସୀଙ୍କ ଏହି ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିବା ପାଇଁ ଆମ ପ୍ରତିନିଧି ଯାଇ ବ୍ୟାରିକେଟ୍ ବାହାରୁ ଅଂଚଳବାସୀଙ୍କ ଅଭିଯୋଗ ସଂଗ୍ରହ କରି ଭିଡିଓ ଉତ୍ତୋଳନ କରି ଜନତା, ନେତା ତଥା ସରକାରଙ୍କୁ ଦେଖାଯିବା ଆଶଙ୍କା ରେ ପୋଲିସ ବାବୁଙ୍କ ପେଟ ଦରଜ ହେଉଛି । ଆମ ପ୍ରତିନିଧି ବେରିକେଡ ବାହାରୁ ଭିଡିଓ ଉତ୍ତୋଳନ କରୁଥିବା ବେଳେ ସ୍ଥାନୀୟ ଆଦର୍ଶ ଟାଉନ ଥାନାର ଥାନା ଅଧିକାରୀ ସଂଗ୍ରାମ କେଶରୀ ନାୟକ ଫୋନ୍ ମାଧ୍ୟମରେ ଆମ ପ୍ରତିନିଧିଙ୍କୁ ଧମକ୍ ଦେବା ସହ ଗାଳି ଗୁଲଜ୍ କରିଥିଲେ । ତେବେ ଏସବୁ ଘଟଣାରୁ ସ୍ପଷ୍ଟ ଜଣାପଡ଼େ ଯେ, ଜିଲ୍ଲା ପ୍ରଶାସନ କରୋନା ନିୟନ୍ତ୍ରଣରେ ସଂପୂର୍ଣ୍ଣ ଫେଲ୍ ମାରିଥିବା ବେଳେ ସହରର ସଦର ମହକୁମାରେ ତାଙ୍କର ଅପାରଗତା ଜନସାଧାରଣଙ୍କ ସାମ୍ନାକୁ ଆସିଛି । ଯାହାକୁ ବିଭିନ୍ନ ମାଧ୍ୟମରେ ଲୁଚାଇବାକୁ ବାରମ୍ବାର ଚେଷ୍ଟା କରାଯାଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏଭଳି ସମୟରେ ଯଦି ଜନତା, ନେତା, ପ୍ରଶାସନ ଏକଜୁଟ୍ ହୋଇ କରୋନାର ମୁକାବିଲା ନ କରନ୍ତି, ପରିସ୍ଥିତି ଦିନକୁ ଦିନ ଆହୁରି ଜଟିଳ ହେବା ସ୍ୱାଭାବିକ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking