31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମାଲିକାଣୀଙ୍କ ବିୟୋଗରେ ଆତ୍ମହତ୍ୟା କଲା କୁକୁର

ମାଲିକାଣୀଙ୍କ ବିୟୋଗରେ ଆତ୍ମହତ୍ୟା କଲା କୁକୁର

ନୂଆଦିଲ୍ଲୀ: କୁକୁରମାନେ ସବୁବେଳେ ମାଲିକମାନଙ୍କର ବିଶ୍ୱସ୍ତ ହୋଇଥାନ୍ତି, ଏହା ସତ କଥା । ବାସ୍ତବରେ ଏହା ସତ ତାହା ପ୍ରମାଣିତ ହୋଇଛି । ମାଲିକାଣି ମରିଯିବା ପରେ ପାଳିତ କୁକୁର ବି ଆତ୍ମହତ୍ୟା କରିଥିବା ଭଳି ଚର୍ଚ୍ଚିତ ଓ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରର ବାରା-୨ ଅଂଚଳରେ । ପୁରା ଘଟଣା ଅନୁସାରେ, ଅନୀତା ରାଜ ନାମ୍ନୀ ଜଣେ ମହିଳା ଡାକ୍ତରଙ୍କର ବୁଧବାର ଦିନ ମୃତ୍ୟୁ ହୋଇଥିଲା । ସେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଯୁଗ୍ମ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ । ୧୨ ବର୍ଷ ପୂର୍ବରୁ ସେ ଗୋଟିଏ କୁକୁର ଛୁଆକୁ ଉଦ୍ଧାର କରିଥିଲେ । ଉକ୍ତ କୁକୁରଟି ସେତେବେଳେ ଅତି ଛୋଟ ଥିଲା ଏବଂ ତାର ମାଆ ତାକୁ ଛାଡ ପଳାଇଥିଲା । ସେତେବେଳେ ସେ ଅତି ରୁଗ୍ମ ଅବସ୍ଥାରେ ଥିଲା । ଅନୀତା ତାକୁ ସେଠାରୁ ନିଜ ଘରକୁ ଆଣି ତାର ଲାଳନ ପାଳନ କରିଥିଲେ । ଅନୀତାଙ୍କ ସମେତ ତାଙ୍କ ପରିବାର ସମସ୍ତେ ଉକ୍ତ କୁକୁର ଠୁଆଟିକୁ ଜୟା ନାଁରେ ଡାକିବା ଆରମ୍ଭ କଲେ । ଜୟା ବି ଅନୀତାଙ୍କୁ ଭଲପାଉଥିଲା । ତେବେ କିଛି ଦିନ ତଳେ ଅନୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଏବଂ ତାଙ୍କୁ ହସ୍ପିଟାଲ ନିଆଯିବା ପରଠାରୁ ଜୟା ଅବସାଦପ୍ରାପ୍ତ ହୋଇଥିଲା । ହେଲେ ବୁଧବାର ଅନୀତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ହସ୍ପିଟାଲକୁ ଘରକୁ ଅଣାଯାଇଥିଲା , ସେତେବେଳେ ଜୟା ଜୋରରେ ଭୁକିବା ସହିତ କାନ୍ଦିବାକୁ ଆରମ୍ଭ କରିଥିଲା । ଆଉ ଏହାର କିଛି ସମୟ ପରେ ସେ ୪ ମହଲା ଉପରକୁ ଯାଇ ତଳକୁ ଡେଇଁ ପଡିଥିଲା । ପରେ ପରେ ଜୟାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାର ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking