25.1 C
Bhubaneswar
Thursday, May 9, 2024
Homeଓଡିଶାବିଜୁ ଜନତା ଦଳ ଛାଡିଲେ ବଳଭଦ୍ର; ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ୫ଥରର...

ବିଜୁ ଜନତା ଦଳ ଛାଡିଲେ ବଳଭଦ୍ର; ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ୫ଥରର ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ୱର:  ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଦଳ ଛାଡିଛନ୍ତି ବଳଭଦ୍ର । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଏନେଇ ଦଳର ସୁପ୍ରିମୋଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ବଳଭଦ୍ର ମାଝୀ । ଦଳରେ ଅବହେଳା ଅଭିଯୋଗ କରି ବଳଭଦ୍ର ବିଜେଡି ଛାଡିଛନ୍ତି । ତେବେ ଏତେ ଦିନ ଧରି ଦଳ ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ବଳଭଦ୍ର ମାଝୀ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ଥର ବିଧାୟକ ରହିଛନ୍ତି । ବିଜେଡି ଆରମ୍ଭରୁ ଦଳ ସହ ଥିଲେ ବଳଭଦ୍ର । ଜନତା ଦଳରୁ ଥରେ ବିଧାୟକ ହୋଇଥିବା ବଳଭଦ୍ର ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବଳଭଦ୍ରଙ୍କ ବଦଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା । ପ୍ରଦୀପ ଦଳକୁ ବିଜୟ ଭେଟି ଦେଇଥିବା ବେଳେ ବିଜେଡିରେ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା । ୨୦୧୯ରୁ ୨୦୨୪ ଯାଏଁ ଦଳରେ ରହିବା ପରେ ଏବେ ଦଳରେ ଅବହେଳା ହେଉଥିବା କହି ବିଜେଡି ଛାଡିଛନ୍ତି ବଳଭଦ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking