30.1 C
Bhubaneswar
Monday, May 20, 2024
Homeଓଡିଶାଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

କାଲିମେଳା : ମାଲକାନଗିରି ଏମ୍‌ଭି-୧୨୬ ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକମାନେ ହେଲେ ସୁଜିତ ମାଢ଼ି ଓ ସିଙ୍ଗା ମାଢ଼ି ।

ସୂଚନା ଅନୁସାରେ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୧୨୬ ଘାଟିରେ ଥିବା ବୁଲାଣିରେ ଆଜି ଅପରାହ୍ଣ ସାଢେ ୪ଟା ସମୟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଏକ କୁକୁଡ଼ା ଗାଡ଼ି ସହିତ ବାଇକରେ ଯାଉଥିବା କାଲିମେଳା ଥାନା ଅଧୀନ କୁତୁବାନପଲ୍ଲୀ ଗାଁର ସୁଜିତ ମାଢ଼ି ଓ ସିଙ୍ଗା ମାଢିଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଜଣଙ୍କ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିଲା । ଗୁରୁତର ଥିବା ସମୀର ବେଟିକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ପଠାଇ ଦିଆଯାଇଛି । ଦୁର୍ଘଟଣା ଘଟାଇଥିବା କୁକୁଡ଼ା ଗାଡ଼ି ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking