28.1 C
Bhubaneswar
Saturday, April 27, 2024
Homeଓଡିଶାବଲାଙ୍ଗୀରରେ ସିଏବି ସମର୍ଥନରେ ବଜରଙ୍ଗ ଦଳର ଶୋଭାଯାତ୍ରା

ବଲାଙ୍ଗୀରରେ ସିଏବି ସମର୍ଥନରେ ବଜରଙ୍ଗ ଦଳର ଶୋଭାଯାତ୍ରା

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ସଂସଦରେ ନୂତନ ନାଗରିକତ୍ୱ ସଂଶୋଧିଦ ବିଲ (ସିଏବି) ପାରିତ ହେଲା ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରି ହିଂସାତ୍ମକ ଆନ୍ଦୋଳନ ହେବା ସଙ୍ଗେ ନିଆଁ ଜଳୁଛି । ଏହି ଆଇନକୁ ବିଭିନ୍ନ ରାଜନୈତିକ ଦଳ ସହ ବିଭିନ୍ନ ସଙ୍ଗଠନ ତରଫରୁ ବିରୋଧ କରାଯାଉଛି । ତେବେ ବଲାଙ୍ଗୀରରେ ଏହି ଆଇନକୁ ବଜରଙ୍ଗ ଦାଳ ତରଫରୁ ସମର୍ଥନ କରି ଆଜି ସଂଧ୍ୟାରେ ବଜରଙ୍ଗ ଦଳ ତରଫରୁ ସହରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରାକାରୀମାନେ ହାତରେ ଜାତୀୟ ପତାକା ଧରି କେନ୍ଦ୍ର ସରକାରଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା । ଏହି ଆଇନ ଦ୍ୱାରା ପାକିସ୍ଥାନ , ବାଂଲାଦେଶ ଓ ଆଫଗାନିସ୍ଥାନରେ ଧାର୍ମିକ ଅତ୍ୟାଚାର ର ଶିକାର ହୋଇ ଭାରତରେ ଅନୁପ୍ରବେଶ କରି ଶରଣାର୍ଥି ଭାବେ ଜୀବନ ବିତାଉଥିବା ଲୋକଙ୍କୁ ନାଗରିକ ଅଧିକାର ମିଳିବ । ଦେଶ ବିଭାଜନ ହେବା ପୂର୍ବରୁ ସେମାନେ ବା ସେମାନଙ୍କର ପୂର୍ବ ପୁରୁଷମାନେ ଭାରତରେ ରହୁଥିଲେ । ଦେଶ ବିଭାଜନ ହେଲା ପରେ ଭାରତରେ ରହୁଥିବା ସଙ୍ଖ୍ୟାଲଘୁମାନଙ୍କୁ ଓ ପାକିସ୍ଥାନରେ ରହୁଥିବା ସଙ୍ଖ୍ୟାଲଘୁମାନଙ୍କୁ ଭଉୟ ଦେଶର ସରକାର ସୁରକ୍ଷା ଯୋଗାଇ ଦେବେ ବୋଲି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପାକିସ୍ଥାନ ଦୁଇ ଭାଗ ହୋଇଯାଇ ବାଂଲାଦେଶ ଭାବରେ ଆଉ ଏକ ଦେଶ ସୃଷ୍ଟି ହୋଇଛି । କିନ୍ତୁ ସେଠାରେ ବସବାସ କରୁଥିବା ସଙ୍ଖ୍ୟା ଲଘୁମାନଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଛି । ଫଳରେ ସେହି ଦେଶର ସଙ୍ଖ୍ୟାଲଘୁମାନଙ୍କ ସଙ୍ଖ୍ୟା ଦ୍ରୁତ ଭାବରେ କମିବାରେ ଲାଗିଛି । ରହିଥିବା ଚୁକ୍ତିକୁ ଅବମାନନା କରାଯାଇଛି । ସେହି ସଙ୍ଖ୍ୟାଲଘୁମାନଙ୍କୁ ଶରଣ ଦେବା ଭାରତର ଦାୟିତ୍ୱ । ତେଣୁ ସେମାନଙ୍କୁ ନାଗରିକ ଅଧିକାର ଦେବା ପାଇଁ ସରକାର ଏକ ଐତିହାସିକ ବିଲ ପାରିତ କରିଛନ୍ତି । କୌଣସି ରାଜନୀତି ନକରି ସମସ୍ତେ ଏହାକୁ ସ୍ୱାଗତ କରିବା ଉଚିତ ବୋଲି ବଜରଙ୍ଗ ଦଳ ତରଫରୁ କୁହାଯାଇଛି । ଆଜିର ଶୋଭାଯାତ୍ରାରେ ଅନ୍ତର୍ଜ୍ୟାମୀ କରନ , କାହ୍ନା ଶତପଥି ,ଓମ ପ୍ରକାଶ ପଣ୍ଡା, ଗୋପବନ୍ଧୁ ଶତପଥି , ଦିପ୍ତି ଶର୍ମା ଓ ରଶ୍ମୀରେଖା ଦାନି ପ୍ରମୁଖ ନେତୃତ୍ୱ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking