28.1 C
Bhubaneswar
Friday, March 29, 2024
Homeଅପରାଧସୂଚନା ଅଧିକାର କର୍ମୀ ହତ୍ୟା ଘଟଣା : ପୁଲିସ ରାଡାରରେ ୩ ରାଜନେତାଙ୍କ ସମେତ ୧୮ଜଣ...

ସୂଚନା ଅଧିକାର କର୍ମୀ ହତ୍ୟା ଘଟଣା : ପୁଲିସ ରାଡାରରେ ୩ ରାଜନେତାଙ୍କ ସମେତ ୧୮ଜଣ !

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାକୁ ଇତି ମଧ୍ୟରେ ୯ ଦିନ ବିତିଗଲାଣି । ମାତ୍ର ହତ୍ୟାକାରୀର ଟେର୍ ପାଇପାରୁନି ସ୍ଥାନୀୟ ପୁଲିସ । ପୁଲିସ ପକ୍ଷରୁ ୪ ରୁ ଅଧିକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ ହୋଇଛି । ଇତି ମଧ୍ୟରେ ପୁଲିସ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫ଜଣଙ୍କୁ ଥାନାକୁ ଡାକି ଗୁଡ଼ାଇ ତୁଡ଼ାଇ ଜେରା କରି ଛାଡ଼ିଥିବା ବେଳେ ମଙ୍ଗଳବାର କ.ନୂଆଗାଁ ବ୍ଲକର ୩ଜଣ ଶାସକ ଦଳର ନେତାଙ୍କୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିଥିବା ଖବର ହସ୍ତଗତ ହୋଇଛି । ଏହାକୁ ପୁଲିସ ଏକ ହାଇ ପ୍ରୋଫାଇଲ୍ ମର୍ଡର କହୁଥିବା ବେଳେ ଜେରା କରାଯାଇଥିବା ବ୍ୟକ୍ତିଙ୍କ ନାମ କହିବାକୁ ମନା କରିଦେଇଛି । ଅନ୍ୟପକ୍ଷରେ ଦିନକୁ ଦିନ ଜେରା ସଂଖ୍ୟା ବଢୁଥିବା ବେଳେ ପୁଲିସକୁ ମଧ୍ୟ ଗୋଟିଏ ପରେ ଗୋଟିଏ ଦିଗ ମିଳୁଥିବା ଜଣାଯାଇଛି । ଏହାକୁ ନେଇ ତଦନ୍ତ ପ୍ରକିୟା ଜୋର୍ ସୋର କରାଯାଇଥିବା ଜଣାଯାଇଛି । କିଏ ଏବଂ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟାଇଛି, ତାହା ଖୋଜି ବାହାର କରିବା ପାଇଁ ମଧ୍ୟ ବାଲିଗୁଡ଼ା ଥାନାଧିକାରୀ ଓ ଏସଡିପିଓ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି । ଏପରିକି ଶାସକ ଦଳର କିଛି ବଡ଼ ବଡ଼ ନେତାଙ୍କୁ ମଧ୍ୟ ଜେରା କରାଯିବା ସହ ଆବଶ୍ୟକ ସ୍ଥଳେ ପୁଣିଥରେ ଥାନାକୁ ଡକାଯିବା ସର୍ତ୍ତରେ ଛାଡ଼ିଥିବା ପ୍ରକାଶ । ବାଲିଗୁଡ଼ା ଅଞ୍ଚଳରେ ପ୍ରଥମଥର ପାଇଁ ଏଭଳି ଗୁଳିକାଣ୍ଡ ଘଟଣାରେ ସଂପୃକ୍ତଙ୍କୁ ଗିରଫ ପାଇଁ ଇତି ମଧ୍ୟରେ ଦୁଇ ଦୁଇଥର ମଧ୍ୟ ରାସ୍ତା ଅବରୋଧ ହୋଇସାରିଲାଣି । ମୃତକଙ୍କ ପରିବାର ପରିବାରବର୍ଗ ଯେଉଁମାନଙ୍କ ନାମରେ ଅଭିଯୋଗ କରିଛନ୍ତି, ପୁଲିସ ଜଣ ଜଣଙ୍କୁ ଜେରା କରିବା ସହ ହତ୍ୟାକାଣ୍ଡର ମୂଳରେ ପହଞ୍ଚିବାକୁ ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking