30.1 C
Bhubaneswar
Friday, April 26, 2024
Homeଓଡିଶାଅସ୍ତରଙ୍ଗ ବେଳାଭୂମିରେ ୪୮ ଫୁଟର ମୃତ ତିମି ମାଛ ଉଦ୍ଧାର

ଅସ୍ତରଙ୍ଗ ବେଳାଭୂମିରେ ୪୮ ଫୁଟର ମୃତ ତିମି ମାଛ ଉଦ୍ଧାର

ଅସ୍ତରଙ୍ଗ: ପୁରୀଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବେଳାଭୂମିର ପୀରଜାହାନିଆ ନିକଟସ୍ଥ ଗୁଣ୍ଡଳବା ସମୁଦ୍ରକୂଳ ନିକଟରୁ ପ୍ରାୟ ୪୮ ଫୁଟର ଏକ ମୃତ ତିମି ଉଦ୍ଧାର ହୋଇଛି | ଘଟଣାସ୍ଥଳରେ ବନବିଭାଗ ଟିମ୍, ପଶୁ ଓ ମତ୍ସ୍ୟ ବିଭାଗ ଟିମ୍ ପହଞ୍ଚି ମୃତ ତିମି ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛନ୍ତି |ବେଳାଭୂମି ଅଞ୍ଚଳରେ ମୃତ ତିମି ଦେଖିବାକୁ ଲୋକଙ୍କର ଭିଡ଼ ଜମିଛି | ବାଲିପଠାରେ ମୃତ ତିମିକୁ ପୋତି ଦେବାକୁ ବନବିଭାଗ ଟିମ୍ ଚେଷ୍ଟା ଚଳାଇଛନ୍ତି |ବିରାଟକାୟ ଏହି ତିମିର ସମ୍ପୂର୍ଣ୍ଣ ଅଂଶ ପଚିଯାଇଥିବାରୁ ଅସ୍ତରଙ୍ଗ ପଶୁ ଓ ପ୍ରାଣୀ ସମ୍ପଦ ବିଭାଗ ଅଧକାରୀ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବାକୁ ମୃତ ତିମିର ସାମ୍ପୁଲ୍ ସଂଗ୍ରହ କରିଥିଲେ |ଏହାର ଓଜନ ପ୍ରାୟ ୧୫ଟନ୍ ଓ ଲମ୍ବା ୪୦ରୁ ୪୫ ଫୁଟ୍ ହେବ ବୋଲି ସେ ସୂଚନା ଦେଇଛନ୍ତି |
https://onakhabar.com/2020/03/06/share-market-down-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking