28.1 C
Bhubaneswar
Saturday, April 27, 2024
HomeUncategorizedଦେବାଳିଆ ଅବସ୍ଥାରେ ୟେସ୍ ବ୍ୟାଙ୍କ

ଦେବାଳିଆ ଅବସ୍ଥାରେ ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ: ଦେବାଳିଆ ଅବସ୍ଥାକୁ ଗତି କରୁଛି ୟେସ ବ୍ୟାଙ୍କ । ହୋଲି ପୂର୍ବରୁ ଏବେ ୟେସ ବ୍ୟାଙ୍କ ଆକାଉଂଟଧାରୀଙ୍କୁ ଝଟକା ଲାଗିଛି । ୟେସ ବ୍ୟାଙ୍କରୁ ସମସ୍ତ ପଇସା ଉଠେଇନେବାର ସମୟ ସୀମା ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ କହିସାରିଛନ୍ତି । ଆରବିଆଇର ଏଭଳି ନିଷ୍ପତି ଶୁଣିବା ପରେ ଏବେ ୟେସ ବ୍ୟାଙ୍କ ଏଟିଏମ ଆଗରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଛି ଯେ, ଏବେ ଏଟିଏମରୁ ଟଙ୍କା ଶେଷ ମଧ୍ୟ ହୋଇଯାଇଛି । ଖାଲି ଏତିକି ନୁହେଁ, ଶେୟାର ମାର୍କେଟ ଉପରେ ମଧ୍ୟ ଏହାର ଘୋର ପ୍ରଭାବ ପଡିଛି । ୟେସ ବ୍ୟାଙ୍କର ଶେୟାର ୧୪.୫୦ ଟଙ୍କା ହ୍ରାସ ସହ ୬୦.୬୫%  କମ୍ ହୋଇଛି । ଏବଂ ଟଙ୍କା ଉଠାଇବାର ସୀମା ୫୦ ହଜାର ପର୍ଯ୍ୟନ୍ତ ଆରବିଆଇ ଘୋଷଣା କରିଛି । କୋରୋନା ଏବଂ ୟେସ ବ୍ୟାଙ୍କର ଆର୍ଥିକ ସଙ୍କଟ ଏବେ ଷ୍ଟକ ମାର୍କେଟ ଉପରେ ଅତି ମାତ୍ରାରେ ପଡିଛି । ଆଜି ସକାଳେ ବମ୍ବେ ଷ୍ଟକ ଏକ୍ସଚେଂଜ ସେନସେକ୍ସ ୮୫୭ ଅଙ୍କ ବିଶିଷ୍ଟ ହ୍ରାସ ସହ ୩୭,୬୧୩.୯୬ ରେ ଖୋଲିଥିବା ସୂଚନା ରହିଛି । ଦିନ ୧୧ଟା ସୁଦ୍ଧା ୟେସ ବ୍ୟାଙ୍କର ଶେୟାର ୮୫ ପ୍ରତିଶତ ହ୍ରାସ ପାଇ ୬ ଟଙ୍କାରେ ପହଂଚିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking