30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆସାମରେ ବନ୍ୟା, ବିଗୁଡୁଛି ସ୍ଥିତି, ରେଳ ଚଳାଚଳ ବନ୍ଦ

ଆସାମରେ ବନ୍ୟା, ବିଗୁଡୁଛି ସ୍ଥିତି, ରେଳ ଚଳାଚଳ ବନ୍ଦ

ନୂଆଦିଲ୍ଲୀ : ଆସାମରେ ଲଗାତାର ବର୍ଷା ହେବା କାରଣ ରୁ ଅନେକ ସ୍ଥାନରେ ବନ୍ୟା ଏବଂ ଭୂସ୍ଖଳନ ରେ ସାଧାରଣ ଲୋକଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ଗଲାଣି । ରାଜ୍ୟରେ ପାଖା ପାଖି ୨୦ ଜିଲ୍ଲା ରେ ପାଖାପାଖି ୨ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଆସାମ ର ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଚଳପ୍ରଦେଶ ରେ ଗତ କିଛି ଦିନ ଧରି ଲଗାତାର ବର୍ଷା ହେଉଥିବାରୁ ନଦୀରେ ପାଣି ର ସ୍ତର ବଢୁଛି । କୋପିଲି ନଦୀରେ ଜଳ ସ୍ତର ଉପରେ ରହିଛି । ଆସାମ ରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ହସାଓ ଜିଲ୍ଲା ର ହାଫଲୋଗ ଷ୍ଟେସନ ପାଣିରେ ବୁଡି ରହିଛି । ବନ୍ୟାଜଳରେ ବୁଡିଥିବା ଏହି ଷ୍ଟେସନର ଭିଡିଓ ଏବେ ସାମ୍ନା କୁ ଆସିଛି । ଏହି ଭିଡିଓ ରେ ବନ୍ୟା ଜଳରେ ଟ୍ରେନର ବଗି ଓଲଟି ପଡିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁଯାୟୀ କଚ୍ଛାର ରେ ୫୧,୩୫୭ ଲୋକ ପ୍ରଭାବିତ ହୋଇଛନ୍ତି । ବର୍ଷ ର ପ୍ରଥମ ବନ୍ୟା କାରଣରେ ୪୬ ଟି ରାଜ୍ୟସ୍ୱ ମଣ୍ଡଳର ୬୫୨ ଗାଁ ପ୍ରଭାବିତ ହୋଇଛି । ବନ୍ୟା ଜଳରେ ୧୫,୬୪୫.୬୧ ହେକ୍ଟର ଫସଲ ଜମି ନଷ୍ଟ ହୋଇଛି । ବନ୍ୟା ରେ ଜନ ଜୀବନ ଅସ୍ତ ବ୍ୟସ୍ତ ହେଉଥିବା ବେଳେ ପଶୁ ପକ୍ଷୀ ମଧ୍ୟ ବନ୍ୟା ଜଳରେ ଭାସି ଯାଉଥିବା ଦେଖାଯାଉଛି । ତେବେ ବନ୍ୟା ପରିସ୍ଥିତି ନେଇ ସରକାର ଯୁଦ୍ଧ ଭିତ୍ତିରେ କାର୍ଯ୍ୟ ଚଳାଇଛନ୍ତି । ଲୋକ ଙ୍କୁ ବନ୍ୟା ଘେରରୁ ମୁକୁଳାଇବାକୁ ଉଦ୍ୟମ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking