26.1 C
Bhubaneswar
Wednesday, August 10, 2022
Homeଓଡିଶାବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର

ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର

ଗୁଣପୁର : ବାଇକ ଧକ୍କା ରେ ଜଣେ ବ୍ୟକ୍ତି ମୃତ୍ୟୁ , ଅନ୍ୟ ଦୁଇଜଣ ବ୍ୟକ୍ତି ଗୁରୁତର । ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁଣପୁର ଥାନା ମାଛଖୁଣ୍ଟି ଠାରେ ଅଘଟଣ ଘଟିଛି। ମାଛଖୁଣ୍ଟି ଠାରେ ବାଇକ ଆରୋହୀ ଘରକୁ ଫେରୁ ଥିବା ସମୟରେ ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରେ ଧକ୍କା ହୋଇ ଥିଲା । ମୃତକ ଜଣକ ହେଲେ ହାଡଗୁଡ଼ା ଗ୍ରାମର ବଞ୍ଜନ ଶବର। ଭଗବାନ ଶବର ବିଜୟପୁର ଠାରୁ ଜଗନ୍ନାଥପୁର ଯାଉଥିଲେ ଓ ବଞ୍ଜନ୍ ଶବର ଝମ୍ପାପୂର୍ ରୁ ଚାଷ କାମ ସାରି ଘରକୁ ଯାଇଥିବା ବେଳେ ଦୁଇ ବାଇକ୍ ଧକ୍କାରେ ବଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ତେବେ ଦୁଇ ଜଣ ଗୁରୁତରଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଜାରି ରହିଛି । ପୋଲିସର ପହଁଚି ଦୁର୍ଘଟଣା ର ତଦନ୍ତ ଜାରି କରିଛି। ଅନ୍ୟ ଜଣେ ବ୍ୟକ୍ତି ର ପରିଚୟ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking