29.1 C
Bhubaneswar
Saturday, April 27, 2024
Homeଓଡିଶା୭ ଦିନ ଯାଏଁ ଆସିକା ଓ ଧର୍ମଗଡ ବଜାର ବନ୍ଦ

୭ ଦିନ ଯାଏଁ ଆସିକା ଓ ଧର୍ମଗଡ ବଜାର ବନ୍ଦ

ଆସିକା/ଧର୍ମଗଡ: କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆସିକା ବଜାର ୭ ଦିନ ପାଇଁ ବନ୍ଦ ହୋଇଛି । ୭ ଦିନ ପର୍ଯ୍ୟନ୍ତ ଦୋକାନ, ବଜାର ବନ୍ଦ ରଖିବାକୁ ଆସିକା ବଣିକ ସଂଘ ନିଷ୍ପତ୍ତି ନେଇଛି । ତେବେ ବନ୍ଦ ମଧ୍ୟରେ ମେଡିସିନ, ଗ୍ରୋସରୀ,କ୍ଷୀର, ଫଳ ତଥା ଅତ୍ୟାବଶ୍ୟକ ସେବା ଖୋଲା ରହିବ ବୋଲି କୁହାଯାଇଛି ।
ଅନ୍ୟପଟେ ଧର୍ମଗଡ ସହରରେ ବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପରେ ବଜାର ବନ୍ଦ ନିଷ୍ପତ୍ତି ହୋଇଛି । ମେ ୨ ତାରିଖ ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ଧର୍ମଗଡ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ଏହି ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବା, ଗ୍ରୋସରୀ, ଫଳ,କ୍ଷୀର ଆଦି ଦୋକାନ ଖୋଲା ରହିବ ବୋଲି କୁହାଯାଇଛି ।

ଉଲେଖଯୋଗ୍ୟ , ଗତକାଲି ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୭୭୨ଜଣ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ପାଇଛି । ତେବେ ଗତକାଲି ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ନୂଆ ଆକ୍ରାନ୍ତ ରହିଛନ୍ତି।

ନୂଆପଡ଼ାରେ ୫୫୧, କଳାହଣ୍ଡି ୫୧୮, କଟକରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ୪୩୬, ସୁନ୍ଦରଗଡ଼ ୪୩୪, ଗଞ୍ଜାମ ୩୨୩, ଯାଜପୁର ୨୩୭, ସମ୍ବଲପୁର ୨୨୬, ନବରଙ୍ଗପୁର ୨୨୧, ବରଗଡ଼ ୨୦୩, ମୟୂରଭଞ୍ଜ- ୧୮୦, କେନ୍ଦୁଝର- ୧୬୬, ପୁରୀ- ୧୪୫, ବାଲେଶ୍ୱର- ୧୩୭ ସୁବର୍ଣ୍ଣପୁର- ୧୨୯, ରାୟଗଡ଼ା- ୧୧୭, ବଲାଙ୍ଗିର- ୯୮, ଜଗତସିଂହପୁର- ୯୩ ନୟାଗଡ଼- ୯୧, ଭଦ୍ରକ- ୮୭, ଗଜପତି- ୮୧, ବୌଦ୍ଧ- ୭୦ କୋରାପୁଟ- ୬୯, କେନ୍ଦ୍ରାପଡା ଓ ଦେବଗଡ଼ରୁ ୩୮ ଲେଖାଏଁ କନ୍ଧମାଳ- ୩୫, ମାଲକାନଗିରି- ୨୨, ଢେଙ୍କାନାଳରୁ ୨୦ ଚିହ୍ନଟ ସହ ଷ୍ଟେଟପୁଲରୁ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking