ଭାରତ ପାଇଁ ୟୁଏଇ ବୁର୍ଜ ଖଲୀଫାରେ ଲେଖିଲା ‘ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ’

ଦୁବାଇ: ଭାରତରେ ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ଦୃତ ବେଗରେ ମାଡି ଚାଲିଛି । କରୋନାଜନିତ ନୂଆ ମାମଲା ରେକର୍ଡ ଭାଙ୍ଗୁଛି । ପ୍ରତିଦିନ ଅଢେଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ପାକିସ୍ତାନ-ଚୀନ ସମେତ ଭାରତର ଅନେକ ପଡୋଶୀ ଦେଶ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ଏହାରି ମଧ୍ୟରେ ଦୁବାଇରେ ଥିବା ବିସ୍ୱର ସବୁଠୁ ଉଚ୍ଚତମ ବିଲ୍ଡିଂ ବୁର୍ଜ ଖଲୀଫାରେ ଭାରତ ପାଇଁ ତ୍ରିରଙ୍ଗା ସହିତ ‘ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ’ ଲେଖାଯାଇଛି । ୟୁଏଇରେ ଭାରତର ଦୂତାବାସ ଟ୍ୱିଟରେ ଲେଖିଛନ୍ତି, ଭାରତ କରୋନା ଭାଇରସ ବିପକ୍ଷରେ ମହାଯୁଦ୍ଧ ଲଢୁଛି । ଏମିତିରେ ତାର ବନ୍ଧୁ ୟୁଏଇ ଶୁଭକାମନା ଦିଏ । ଭାରତୀୟ ଦୂତାବାସ ଏହାର ଏକ ଭିଡିଓ ଟ୍ୱିଟରରେ ଶେୟାର କରିଛି ।
ଭାରତରେ ଅକ୍ସିଜେନ ଅଭାବରୁ ସାଉଦି ଆରବରୁ ୮୦ ମେଟ୍ରିକ ଟନ ଅମ୍ଳଜାନ ଆସୁଛି । ଅକ୍ସିଜେନ ପଠାଇବା କାମ ଓଡାନୀ ସମେତ ଲିଣ୍ଡେ କମ୍ପାନୀ ସହଯୋଗ କରୁଛି । ଭାରତରେ ଆକ୍ଟିଭ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଲକ୍ଷ ପାର୍ କରିଛି । ଏପର୍ଯ୍ୟନ୍ତ ୧ ଲକ୍ଷ ୯୨ ହଜାର ୩୧୧ ଜଣଙ୍କ ମୃତ୍ୟୁ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here