38.1 C
Bhubaneswar
Friday, April 26, 2024
Homeଓଡିଶାଭାରତରେ କରୋନାର ମୁକାବିଲା - ସଂଯୁକ୍ତା ମହାପାତ୍ର

ଭାରତରେ କରୋନାର ମୁକାବିଲା – ସଂଯୁକ୍ତା ମହାପାତ୍ର

ଜୈବିକ ପରିସଂସ୍ଥା ମଧ୍ୟରେ ମନୁଷ୍ୟ ବାସ କରେ । ଜନ୍ମ ମୃତ୍ୟୁ ରୋଗ ପରିସଂଖ୍ୟାନ ଶାସ୍ତ୍ର ଅନୁସାରେ ମାନବୀୟ ସହାବସ୍ଥାନର ତିନିଗୋଟି ସ୍ଥିତି ମର୍ଣ୍ଣନା କରାଯାଇଛି । ପ୍ରଥମ ସ୍ଥିତିରେ ମନୁଷ୍ୟ ସମାଜରେ, ତାର ଜନ୍ମହାର ଓ ମୃତ୍ୟୁ ହାର ଅଧିକ ଥାଏ । ତେଣୁ ଲୋକ ସଂଖ୍ୟା ବୃଦ୍ଧି ଘଟିନଥାଏ । ଦ୍ୱିତୀୟ ସ୍ଥିତିରେ ମନୁଷ୍ୟ ସମାଜରେ ଜ୍ଞାନ, ବିଜ୍ଞାନର ବିକାଶ ଫଳରେ ମୃତ୍ୟୁ ହାର କମିଯାଏ କିନ୍ତୁ ଜନ୍ମ ହାର କମେନାହିଁ । ଫଳରେ ଜନସଂଖ୍ୟା ବୃଦ୍ଧିଘଟେ । ତେଣୁ ତୃତୀୟ ସ୍ଥିତି ବେଳକୁ ଜନସଂଖା ବୃଦ୍ଧି ହେତୁ ଜୈବିକ ପରିସଂସ୍ଥାରେ ଅସନ୍ତୁଳନ ଅବସ୍ଥା ସୃଷ୍ଟିହୁଏ । ଏଣୁ ପ୍ରାକୃତିକ ପରିସଂସ୍ଥାର ପ୍ରଥମ ନିୟମ ହେଲା ପ୍ରତ୍ୟେକ , ପ୍ରତ୍ୟେକ ସହିତ ସମ୍ପର୍କିତ । ଗୋଟିଏ ବଢିଲେ, ଅନ୍ୟଟି କମିଥାଏ ଓ ଅସନ୍ତୁଳିତ ଅବସ୍ଥା ଭୟଙ୍କର ମହାମାରୀ, ପ୍ରକୃତିକ ଦୁର୍ବିପାକ ବ୍ୟାପିବାର କାରଣ ହୋଇଥାଏ । ଫଳରେ ମୃତ୍ୟୁହାର ବଢି ପରିଶେଷରେ ଜୀବମଣ୍ଡଳରେ ଜୈବିକ ସନ୍ତୁଳନ ଆସେ । ଏହା ପ୍ରାକୃତିକ ନିୟମ । ସ୍ୱାଇନ୍ ଫ୍ଲୁ, ଏବୋଲା ସ୍ପାନିସ ଫ୍ଲୁ ଆଦି ଭୁତାଣୁ ସଂକ୍ରମଣ ଜନିତ ମହାମାରୀ ସହିତ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ଗୋଟିଏ ଲେଖା ଉଦାହରଣ । ଆହୁରି ମଧ୍ୟ ପରିସଂସ୍ଥା ବିଜ୍ଞାନର ପିତା ଭାବେ ପରିଚିତ ରାମଦେଓ ମିଶ୍ର କହିଛନ୍ତି –ପାହାଡ, ପର୍ବତ, ନଦୀ, ଓ ଜଙ୍ଗଲ ମାନଙ୍କର ଜୀବନ ଅଛି । ତେଣୁ ପ୍ରକୃତି କୋଳରେ ରହିବାର ସମସ୍ତଙ୍କର ଅଧିକାର ଅଛି । ବିଜ୍ଞାନ ମଧ୍ୟ କୁହେ ଜଡ ମଧ୍ୟରେ ଜୀବନ ବିଦ୍ୟମାନ ।
୧୯୧୮ମସିହାରେ ସ୍ପାନିସ୍ ଫ୍ଲୁ ଦ୍ୱାରା ୫୦୦ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । ଆଉ ୧୦-୫୦ ନିୟୁତ ଲୋକ ମୃତ୍ୟୁ ବରଣ କରିଥିଲେ । ଏହା ମଧ୍ୟରେ ଏକ ଶତାବ୍ଦୀ ଅବ୍ୟବହିତ ହୋଇଛି । ବୈଜ୍ଞାନିକ ମାନେ ଏବେ ପ୍ରାକୃତିକ ଗତିଧାରାକୁ ଅବରୋଧ କରିବା ନିମନ୍ତେ ଅସ୍ତ୍ର ଖୋଜିବା,ବଂଶାନୁକ୍ରମିକ ଜୀବକେଶଷରେ ସଂଶୋଧନ କରିବା, ଭଗବାନଙ୍କ ଲୀଳାକୁ ଖେଳର ଅଂଶ ମନେକରିବା, ମାନବଶିଶୁ ନିର୍ମାଣ କରିବାର ପରିକଳ୍ପନା କରିବା, ମୃତ୍ୟୁରପ୍ରବାହକୁ ଅବରୋଧ କରିବା, ବାସ୍ତବ ଜଗତ ଓ ଅଲୌକିକ ଜଗତ ମଧ୍ୟରେ ଥିବା ସୀମାରେଖାକୁ ସୀମିତ କରିବା ଇତ୍ୟାଦି କାର୍ଯ୍ୟ ଛପରେ ଗବେଷଣା କରୁଛନ୍ତି । ମାତ୍ର ଭୟାନକ ପରିସ୍ଥିତି ପ୍ରଥମେ ଗୋଟିଏ ସ୍ଥାନରୁ ବ୍ୟାପେ । ଯାହାକୁ ଆମେ ଏବେ ଚୀନର ଉହାନ ସହରର କହିବା । ଆଲଫା, ବିଟା ,ଗାମା, ଓ ଡେଲଟା ନାମରେ ଭୁତାଣୁ ଏଠାରୁ ବ୍ୟାପିଲା ।ଏହାପରେ ସମଗ୍ର ସହରକୁ ବ୍ୟାପି ଚୀନ ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟିକରିବା ସହିତ ବିଶ୍ୱରେ କ଼ରୁଛି । କାରଣ ସମଗ୍ର ବିଶ୍ୱ ଗୋଟିଏ ପରିବାର । ଅଣୁବିକ୍ଷଣ ଯନ୍ତ୍ରରେ ଦେଖିଲେ ସୂର୍ଯ୍ୟ ଓ ତାରାଙ୍କ ଭଳି ଏହି ଭୁତାଣୁ ଚାରିପଟେ ବିକିରଣ ହେଉଥିବା ଭଳି ଦିଶୁଥିବାରୁ ଏହାକୁ କରୋନା କୁହାଯାଉଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରି ବୋଲି ଘୋଷଣା କରିସାରିଛି । ଏଣୁ ଯାହା କୁହାଯାଏ ‘ସର୍ବେ ହୋଇବେ ଏକାକାର, ବେଦରେ ନଥିବ ବିଚାର ।’ ଏବେ ଏହା ସତ ହୋଇଛି । ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ମାନବ ଜାତି ନିଜ ମଧ୍ୟରେ ଯୁଦ୍ଧ କରୁଥିବାବେଳେ, ଏବେ ସମଗ୍ର ମାନବସମାଜ କରୋନା ବିରୁଦ୍ଧରେ ସଂଗ୍ରାମ କରୁଛି । ଆଉ ମଣଷ ନିଜେ ମଣିଷ ପାଇଁ ବିପଦର କାରଣ ହୋଇଛି । ବତ୍‌ର୍ମାନ ପର୍ଯ୍ୟନ୍ତ ୨୦୪ ଟି ଦେଶକୁ ଏହା ବ୍ୟାପି ବିଶ୍ୱଯୁଦ୍ଧ ଠାରୁ ବ୍ୟାପକତା ଓ ମୃତ୍ୟୁ ସଂଖ୍ୟା ଭୟଙ୍କର ଭାବେ ବଢୁଛି ।
ଚୀନରେ ୧ କୋଟି ୪୦ ଲକ୍ଷ ଲୋକ ବାସକରୁଥିବାରୁ , ପୃଥିବୀର ଅର୍ଦ୍ଧେକ ପୋଷ୍ୟପ୍ରାଣୀ ଏହିଠାରେ ଦେଖାଯାଅନ୍ତି । ଆଉ ଏହି ଦେଶର ବର୍ଦ୍ଧିତ ଅତ୍ୟଧିକ ଜନସଂଖ୍ୟା ମାଂସ ଉପରେ ନିର୍ଭର କରିବାକୁ ବାଧ୍ୟହୋଇଥାନ୍ତି । କରୋନା ପ୍ରଥମେ କିପରି ସୃଷ୍ଟିହେଲା , ତାର ସତ୍ୟତା ଆମକୁ ଭଲଭାବେ ଜଣା ନଥିଲେ ମଧ୍ୟ ପଶୁମାନଙ୍କ ରକ୍ତ ଓ ଦେହାଂଶରୁ ସଂକ୍ରମିତ ହୋଇଥିବାର ଆଶଙ୍କା ଘନିଭୁତ ହେଉଛି । ଏହି ସଂକ୍ରମଣ ଫଳରେ ଚୀନରେ ଲକ୍ଷାଧିକ ଲୋକ ମୃତ୍ୟୁ ବରଣ ସହିତ ଆର୍ଥିକ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି । ଏହାର ତ୍ରୟମାସିକ ଆର୍ଥିକ ଉନ୍ନତି ୬% ହେବା ସ୍ଥାନରେ ୪.୫% କମି ସାରିଛି । ଏହି କମିବାର ୪୦% କାରଣ ହେଲା କରୋନା ସଂକ୍ରମଣ । ଏହି ଭୁତାଣୁ ସଂକ୍ରମଣ ଗତି ଅତ୍ୟନ୍ତ ତୀବ୍ର, ମୃତ୍ୟୁ ସଂଖ୍ୟା ୧୩% । ତେଣୁ ପ୍ରତିଦିନ ୫୦୦୦-୬୦୦୦ରୁ ଅଧିକ ମଣିଷ ମୃତ୍ୟୁ ବରଣ କରୁଛନ୍ତି । ଏମାନଙ୍କ ଶବକୁ ପୋତିବା ଏକ ସମସ୍ୟା ହେଉଛି । ଟ୍ରକରେ ଶବ ବୁହାହେବାର ଅବସ୍ଥା ସୃଷ୍ଟି ହୋଇଛି । ଜର୍ମାନୀ,ପ୍ରାନ୍ସ , ଆମେରୀକା ,ଇଟାଲୀ ଦେଶର ଅବସ୍ଥା ସବୁଠାରୁ ସଂକଟାପନ୍ନ । ଇଟାଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ପୃଥିବୀରେ ଚତୁର୍ଥ । ପ୍ରଥମେ ଏହା କରୋନାକୁ ହାଲକା ଭାବେ ଗ୍ରହଣ କରିଥିବାରୁ , ଭୟଙ୍କର ଅବସ୍ଥା ସୃଷ୍ଟି ହୋଇଛି ବୋଲି ବିଶ୍ୱାସ କରାଯାଏ । ଏଠାରେ ସୈନ୍ୟମାନେ ଲୋକମାନଙ୍କୁ ବାହାରକୁ ନଆସିବା ନିମନ୍ତେ ଜଗିଛନ୍ତି । ସମସ୍ତ ଦୋକାନ ବଜାର ବନ୍ଦ । ସଂକ୍ରମଣ ହାରକୁ ଦେଖିଲେ ଭୟ ଲାଗୁଛି । ଜର୍ମାନୀ ରେ ଲୋକ ବାହାରକୁ ଆସିଲେ ୫ବର୍ଷ ଜେଲ ବ୍ୟବସ୍ଥା ହୋଇଛି । ପ୍ରତି ଘଣ୍ଟାରେ ରୋଗୀ ସଂଖ୍ୟା ତୀବ୍ର ବେଗରେ ବଢୁଥିବାରୁ , ସମଗ୍ର ବିଶ୍ୱ ପ୍ରତି ଏହା ଆହ୍ୱାନ ।
, ଭାରତ ୧୩୦ ମୋଟି ଜନସଂଖ୍ୟା ବିଶିଷ୍ଟ ଏକ ବିକାଶ୍ମୁଖୀ ଦେଶ । ଏଠାକାର ସ୍ୱାସ୍ଥ୍ୟ ଅବସ୍ଥା ପୃଥିବୀରେ ୧୧୨ସ୍ଥାନରେ ରହିଛି । ୧୮୦୦ ରୋଗୀ ନିମନ୍ତେ ଜଣେ ଡକ୍ତର । ଲୋକ ସଂଖ୍ୟା ଅନୁପାତରେ ଡାକ୍ତରଖାନା, ସ୍ୱାସ୍ଥ୍ୟରକ୍ଷା ସାମଗ୍ରୀ କମ୍ । ମୋଟ ଜାତାୟ ଆୟର ମାତ୍ର ୧.୨୧ ଅଂଶ ସ୍ୱାସ୍ଥ୍ୟ ପାଇଁ ଏଠାରେ ଖର୍ଚ୍ଚହୁଏ । ଯାହା ନେପାଳ ଓ ବାଙ୍ଗଲାଦେଶ ଠାରୁ ମଧ୍ୟ କମ୍ । ସଂମ୍ପ୍ରତି ଭାରତର ଆର୍ଥିକ ସ୍ଥିତି ମାନ୍ଦା ଅବସ୍ଥା ଦେଇ ଗତି କରୁଛି । ଏହା ସହିତ କରୋନାର ଆତଙ୍କ ଓଞ, ଗ୍ଧରକ୍ଷରମକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭ ବିଭାଗକୁ ପ୍ରଭାବିତ କରୁଛି । ଜନତା କଫ୍ୟୁ ହେତୁ ଦେଶର ଜାତୀୟ ଆୟ କମିଲେ ମଧ୍ୟ ଆମକୁ କରିବାକୁ ହେବ । ଦେଶର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ଅନୈାପଚାରିକ ବେପାର ସଂସ୍ଥା, ଦୋକାନ ବଜାର ବନ୍ଦ ହୋଇଯାଇଛି । ହେଉଛି ।ଏହି କାରଣରୁ ୧୧ବର୍ଷ ମଧ୍ୟରେ ୬.୬୫% ଜାତୀୟ ଆୟ ଅଭିବୃଦ୍ଧି ସ୍ଥାନରେ ୫% ରେ ସନ୍ତୁଷ୍ଟ ରହିବାକୁ ହେବ । ଆମର ଗମନାଗମନ, ହୋଟେଲ, ପର୍ଯ୍ୟଟନ ଇତ୍ୟାଦି ଶିଳ୍ପ ପ୍ରଭାବିତ ହେଇଛି । ଏଣୁ ସାମାଜିକ ସଂଘ ରୋଧରେ ରହିବା ସହିତ ସ୍ୱଚ୍ଛତା, ପରିଚ୍ଛନ୍ନତା ଓ ସତର୍କତା ଆବଶ୍ୟକ ହେଉଛି । ଠାରଗାରରେ ଶିଶୁ ଅନନ୍ତ ଦାସ କହିଥିଲେ- ‘ ଏମିତି ସମୟ ଆସିବ, ବଳଦ ସମାନ ମଣିଷ ହୋଇବ, ମୁହେଁ ତୁଣ୍ଡି ଲଗାଇବ ।’ ଛିଙ୍କ, କାଶ ଓ ସ୍ପର୍ଶ ହେତୁ କରୋନା ବ୍ୟାପୁଥିବାରୁ , ଏହାକୁ ଟାଳିବା ନିମନ୍ତେ ଏବେ ମୁହଁରେ ମାକ୍ସ ଲଗାଇବାକୁ ହେଉଛି ।ମାନ୍ୟବର ନରେନ୍ଦ୍ର ମୋଦି ଜନତା କପ୍ୟୁଦ୍ୱାରା ଭୁତାଣୁ ସୃଙ୍ଖଳକୁ ଭାଙ୍ଗିବା ନିମନ୍ତେ ଦେଇଥିବା ଆହ୍ୱାନକୁ ଜନତା ଅର୍ଭୁତପୂର୍ଣ୍ଣ ସଫଳତା ଦେଇଛନ୍ତି । ଶବ୍ଦ ତରଙ୍ଗ ଦ୍ୱାରା ଭୁତାଣୁ ନଷ୍ଟ ହେବବୋଲି ନିଜ ଘରର ଦ୍ୱାରରୁ ବା ବରଣ୍ଡା ଉପରୁ ଥାଳି, ଘଂଟ, ତାଳି ଦେଇ ଦେଶ ସେବକଙ୍କ ମଧ୍ୟରେ ଉତ୍ସ୍‌ାହ ସୃଷ୍ଟି କରିବାକୁ , ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବାବେଳେ ଆମ ଅସଚେତନ ଲୋକମାନେ ବାହାରେ କିର୍ତ୍ତନ ଆରମ୍ବ କରିଦେବା ଦୁଃଖର କଥା । ସଂଘରୋଧ ଯୋଗୁ ଦୀନ ମଜୁରିଆ ଅସୁବିଧାରେ ପଢିବେ, ତେଣୁ ଓଡିଶା ସରକାର ଦିନ ମଜୁରିଆଙ୍କୁ ୧୦୦୦ଟଙ୍କା ଦେବା ନିମନ୍ତେ ଘୋଷଣା କରିବା ସହିତ ବହୁ ପୂର୍ବରୁ ୧୪୪ଧାରା ଲାଗୁ କରି, ସଚେତନତା ସୃଷ୍ଟିକରିବା ପ୍ରସଂନୀୟ କାର୍ଯ୍ୟ ।
ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ‘ସ୍ୱଚ୍ଛତ ।ହିଁ ଭଗବାନ’ ଆଉ ପ୍ରଧାନ ମନ୍ତ୍ରୀ କହିଛନ୍ତି ‘ସ୍ୱଚ୍ଛତାହିଁ ସେବା ।’ ଶ୍ରୀମଦ୍ ଭାଗବତରେ କୁହାଯାଇଛି –‘ ଯେ ମୋର ଚରଣ ଚିନ୍ତଇ, ସଂସାରେ ତା’ର ଭୟ ନାହିଁ । ‘ ଅର୍ଥାତ ସ୍ୱଚ୍ଛତା ରୂପକ ଭଗବାନଙ୍କୁ ଚିନ୍ତା କଲେ, କରୋନା ରୂପକ ଭୟ ଦୂର ହେବ । ଆମ ଜଗତର ନାଥ ଜଗନ୍ନାଥ ସଂସ୍କୃତି ହେଉଛି ମାନବୀୟ ସଂସ୍କୃତି । ଏଥିରେ ପ୍ରଭୁ ୧୪ ଦିନ ଅଣସର ଘରେ ରହି, ଭୁତାଣୁ ସଂକ୍ରମଣ ଭୟରେ ସଂଘରୋଧ କରିଥାନ୍ତି । ଆଉ ୨୨ ଥର ପ୍ରଭୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା ନିମନ୍ତେ ମନ୍ଦିର ବନ୍ଦ କରିଦେଇଥିଲେ । ଅର୍ଥାତ ଆଜି ଆମ ସହର ବଜାର ବନ୍ଦ କରିଦେବାର , ବହୂର୍ବରୁ ଭଗବାନ ଆମକୁ ସୂଚାଇଛନ୍ତି । ପ୍ରଣାମ ମୁଦ୍ରା ବା ଅଂଚଳି ମୁଦ୍ରା ବା ହିଡାଜଂଳି ମୁଦ୍ରାଦ୍ୱାରା, ଭାରତୀୟ ମାନେ ଅନ୍ୟକୁ ଅଭିନନ୍ଦନ, ପ୍ରାର୍ଥନା ବା’ ପ୍ରଶଂସା କରିଥାନ୍ତି । ଏବେ ସାରା ବିଶ୍ୱ ଏହା କରୁଛି । । ଅଲୈାକିକ ଜୀବନ ମଧ୍ୟରୁ ବାସ୍ତବ ଜୀବନ ମଧ୍ୟକୁ ଫେରିବାର ବାଟ ଆମକୁ ଏବେ ଡାକୁଛି । ଆମର ମନକୁ ପରିବାରମୁଖୀ କରାଇ ମନେପକାଇ ଦେଉଛି ‘ବୈକୁଣ୍ଠ ସମାନ ଆହା ଅଟେ ମୋର ଘର ।’ ଏକାନ୍ତ ନିବାସ, ସଙ୍ଘରୋଧ, ସାମାଜିକ ଦୂରତା ହେତୁ ବ୍ୟସ୍ତବିବ୍ରତ ମନ ଆତ୍ମଚିନ୍ତନରେ ନିବେଶିତ ହୋଇ ରଚନାତ୍ମକ ଭୂମିକା ରେ ନିବେଶ ହେବାକୁ ବାଧ୍ୟ ହେଉଛି । ଫଳରେ ସୁସ୍ଥ ବଳିଷ୍ଠ ଓ କ୍ରନ୍ତିକାରୀ ଜୀବନ ସୃଷ୍ଟିରେ ସହାୟକ ହେଉଛି । କରୋନା ବିରୁଦ୍ଧରେ ଏକ ନୈତିକ ବିପ୍ଳବ ବ୍ୟକ୍ତିରୁ ସମାଜ ଓ ରାଷ୍ଟ୍ରରୁ ଅନ୍ତଃରାଷ୍ଟ୍ର ଯାଏ ସୃଷ୍ଟି ହୋଇପାରିଛି । ଜଡରେ ଚେତନା ଥିବାରୁ , ଆମେ ପ୍ରକୃତିର ପୂଜା କରିବା, ଜୀବେ ଦୟା କରିବା । ପ୍ରାକୃତିକ ପରିସଂସସ୍ଥା ଗଠନ ହେବ । ବିକଶିତ ଦେଶ କରିନପାରୁଥିବା କାର୍ଯ୍ୟ ବିକାଶନ୍ମୁଖୀ ଭାରତ ବର୍ଷରେ ସ୍ୱସ୍ଥ୍ୟ ରକ୍ଷା ବ୍ୟବସ୍ଥା ଦଃୁର୍ବଳ ଥାଇ ମଧ୍ୟ କରୋନାକୁ ନିୟନ୍ତ୍ରଣ କରିବା ନିମନ୍ତେ ଦୃଢ ଇଛାଶକ୍ତି ଓ ପ୍ରଗାଢ ଆତ୍ମନିୟନ୍ତ୍ରଣ ଆବଶ୍ୟକ, ଯାହାକି ଆମ ମହାଭାରତୀୟ ସଂସ୍କୃତି, ସଭ୍ୟତା ଓ ପରମ୍ପରା । ଫଳରେ ବିଶ୍ୱ ସମୁଦାୟ ଆଶା ,ଭରସା, ବିଶ୍ୱାସ ଭାରତ ଉପରେ କେନ୍ଦ୍ରିତ ହେବ । ବୈଦିକଯୁଗ ଓ ମଧ୍ୟଯୁଗ ଭଳି ଏହା ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଆମ ଆଗାମୀ ପିଢି ଆଗରେ ଏକ ସୁନ୍ଦର ଉନ୍ନତ ସାମାଜିକ , ଅର୍ଥନୈତିକ , ପ୍ରାକୃତିକ ପରିବେଶ ସୃଷ୍ଟି ହେବ । ତେଣୁ ଆମେ ସମସ୍ତେ ଆମ ସଂସ୍କୃତିକୁ ଆପଣେଇ କରୋନା ବିରୁଦ୍ଧରେ ଲଢୁଥିବା ଜଣେଜଣେ ସଫଳ ସୈନିକ ହେବା । କରୋନାକୁ ଭୟ ନକରି ସତର୍କ ହେବା ।
ଯାଜପୁର
ମୋ ୯୬୫୮୪୮୨୦୧୪
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking