40.1 C
Bhubaneswar
Wednesday, April 24, 2024
Homeଓଡିଶାସୁନ୍ଦରପଦା ଅଂଚଳ ସିଲ୍‌

ସୁନ୍ଦରପଦା ଅଂଚଳ ସିଲ୍‌

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଆଉ ଦୁଇ ନୂଆ କରୋନା ପଜେଟିଭ ଚିହ୍ନଟ ପରେ ଏବେ ସୁନ୍ଦରପଜା ଅଂଚଳକୁ ସିଲ୍ କରିଛି ବିଏମସି । କପିଳପ୍ରସାଦ ଓ ଏବରଙ୍ଗ ଅଂଚଳକୁ କଂଟେନମେଂଟ ଘୋଷଣା କରିଛି ବିଏମସି । ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଏମସି ଏହି ନିଷ୍ପତି ନେଇଛି । କରୋନା ସଂକ୍ରମିତ ଅଂଚଳରୁ ଆସି କିଛି ଲୋକ ସଂପୃକ୍ତ ଅଂଚଳରେ ରହୁଥିବା ଆଶଙ୍କ କରି ଏବଂ ସ୍ଥାନୀୟ ଅଧିବାସୀଙ୍କଠାରୁ ସୂଚନା ପାଇଁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର ଯାଏଁ ସିଲ୍ ।ଏହାଛଡା ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ୍ ହୋଇଥିବା ସୂଚନା ମିଳିଛି । କାଳିଆସନୀ ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଯାଏଁ ମଧ୍ୟ ସିଲ୍ ହୋଇଛି । ଟାଟା ପ୍ରୋଜେକ୍ଟ ଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ୍ ।
ଏହାବାଦ୍ ଭୁବନେଶ୍ୱର ନିକଟ ଯଦୁପୁର ମଧ୍ୟ ସିଲ୍ ହୋଇଛି । ସଂକ୍ରମଣ ରୋକବାକୁ ବିଏମସି ସିଲ୍ କରିଛି । ଯଦୁପୁର ଓ ବେଗୁନିଆକୁ କଂଟେନମେଂଟ ଘୋଷଣା କରାଯାଇଛି । ପାଲାମଣ୍ଡପ ଛକଠାରୁ ଯଦୁପୁର ଗାଁ ସିଲ୍ କରାଯାଇଛି । ପାଣିଟାଙ୍କିରୁ ଯଦୁପୁର ଗାଁ ବି ସିଲ୍ । ଆମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଂଚଳକୁ ସିଲ୍ କରିଛି ବିଏମସି ।
https://onakhabar.com/2020/04/05/article-on-corona/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking