28.9 C
Bhubaneswar
Sunday, May 5, 2024
Homeଓଡିଶାକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ଅନୁଭବ

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ଅନୁଭବ

କଟକ : ବର୍ଷାଙ୍କ ରହଣି ବାବଦରେ ଟଙ୍କା ଦେଲେ ଅନୁଭବ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇ କୋର୍ଟଙ୍କୁ ଜଣାଇଲେ ଅନୁଭବ । ଅନୁଭବଙ୍କ ପୈତୃକ ବାସଭବନ ଛାଡିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ, ତେବେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡୁ ନଥିବାରୁ ଅନୁଭବଙ୍କ ପରିବାରର ଅନ୍ୟ ସଦସ୍ୟମାନେ ସେହି ଘର ଛାଡିଥିଲେ । କିନ୍ତୁ ତାଙ୍କ ବାପା-ମା, ବଡବାପାଙ୍କ ଦେହ ଅସୁସ୍ଥ ଥିବାରୁ, ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ, ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଆଜି ଅନୁଭବ ମହାନ୍ତି ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking