37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶରାହୁଲଙ୍କୁ ଦ୍ୱିତୀୟ ସମନ ଜାରି କଲା ଇଡି

ରାହୁଲଙ୍କୁ ଦ୍ୱିତୀୟ ସମନ ଜାରି କଲା ଇଡି

ନୂଆଦିଲ୍ଲୀ : ନ୍ୟାସନାଲ ହେରଲ୍ଡ କେସ୍ ରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ରାହୁଲ ଗାନ୍ଧିଙ୍କୁ ଦ୍ୱିତୀୟ ସମନ ପଠାଇଛି। ଏଥିରେ ତାଙ୍କୁ ଜୁନ୍ ୧୩ ତାରିଖ ସୁଦ୍ଧା ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଇଡି କଂଗ୍ରେସ ସାଂସଦଙ୍କୁ ଜୁନ ୨ ତାରିଖରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ରାହୁଲ ଗାନ୍ଧି ଏବେ ବିଦେଶ ଗସ୍ତରେ ଥିବାରୁ ସେ ଇଡିଙ୍କ ସମନ ପାଳନ କରିପାରି ନାହାନ୍ତି। ଏହି ମାମଲାରେ କଂଗ୍ରେସ କାର‌୍ୟ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଧ୍ୟ ସମନ ଜାରି ହୋଇଥିଲା। ତାଙ୍କୁ ଜୁନ ୮ ତାରିଖରେ ଇଡିରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ହାଜର ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ବିଜେପି ନେତା ସୁବ୍ରମନିୟନ୍ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା। ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍ ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା। ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ତେବେ ଏଜେଏଲ୍ ର ଶେୟାର ହୋଲ୍ଡରମାନଙ୍କୁ କମ୍ପାନୀର ମାଲିକାନା ପରିବର୍ତ୍ତନ ବେଳେ କୌଣସି ପ୍ରକାରର ନୋଟିସ ପଠା ଯାଇନଥିବା ଅଭିଯୋଗ ହୋଇଛି। ସୁବ୍ରମନିୟନ୍ ସ୍ୱାମୀ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ଲିଃ ବେଆଇନ ଭାବେ ଏଜେଏଲର ସମ୍ପତ୍ତି ଦଖଲ କରିଥିଲା। ଏହା ମଧ୍ୟରେ ନ୍ୟାଶନାଲ ହେରାଲ୍ଡ ମଧ୍ୟ ରହିଥିଲା। ଏପରି କି ବେଆଇନ ଭାବେ କମ୍ପାନୀ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ସୁବ୍ରମନିୟନ୍ ସ୍ୱାମୀ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking