37.1 C
Bhubaneswar
Sunday, May 5, 2024
Homeଓଡିଶାଓଡ଼ିଶା କ୍ଷୁଦ୍ରଜଳସେଚନ କାର୍ଯ୍ୟ କରୁଛି ଆନ୍ଧ୍ର

ଓଡ଼ିଶା କ୍ଷୁଦ୍ରଜଳସେଚନ କାର୍ଯ୍ୟ କରୁଛି ଆନ୍ଧ୍ର

ଗୋଷାଣୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ବଡଗୋଷାଣୀ ପଞ୍ଚାୟତର ଜଙ୍ଗଲପାଡୁ ଗ୍ରାମର ପୁରାତନ ଚେକଡେମ୍ ଭାଙ୍ଗିଯାଇଛି । କ୍ଷୁଦ୍ର ଜଳସେଚନ ବିଭାଗରେ ବହୁବାର ଅଭିଯୋଗ ପରେ ବି ସେହି ଶୁଣୁନାହାନ୍ତି । ବର୍ଷାଦିନ ଆସିଯାଇଥିଲେ ବି କେନାଲ ସଫା ହୋଇନାହିଁ । ଚେକଡ୍ୟାମଗୁଡିକର ରକ୍ଷଣାବେକ୍ଷଣ ହୋଇପାରିନାହିଁ । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କୌଣସି ରାଜନୈତିକଦଳ ମଧ୍ୟ ଚାଷିମାନଙ୍କର ଅବସ୍ଥା ବୁଝିନଥିବା ଅଭିଯୋଗ କରିଛନ୍ତି । ଆହୁରି କହିଛନ୍ତି କେବଳ ଭୋଟ ବେଳେ ବାବୁ ମାନଙ୍କର ଦେଖାହେଉଛି । ଆନ୍ଧ୍ର ସରକାର ବର୍ତ୍ତମାନ ଏହି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । କାରଣ ଓଡିଶା ସରକାର ଏହି ଚେକଡ୍ୟାମ୍ ଘାଇ ବହୁଦିନ ହେଲା ଦେଖି ଚୁପ ରହିଯିବା ଯୋଗୁଁ ସେଠାରେ ବଡ ଘାଇ ସୃଷ୍ଟି ହୋଇ ପାଣି ରହୁନାହିଁ ।

ପାଣି ନରହିବା ଯୋଗୁଁ ଓଡିଶା ଏବଂ ଆନ୍ଧ୍ରଚାଷୀଙ୍କ ଜମିରେ ଧାନଫସଲ ଏବଂ ଅନ୍ୟାନ୍ୟ ଫସଲ ହୋଇ ପାରୁନାହିଁ । ଆନ୍ଧ୍ର ସରକାର ବାଧ୍ୟ ହୋଇ ଏହି ଘାଇ ମରାମତି କରୁଛନ୍ତି । ଏହି ଘାଇ ସମ୍ପୂର୍ଣ୍ଣ ରୂପେ ମରାମତି ହେଲେ ଓଡିଶାର ଶହେ ହେକ୍ଟର ଜମି ଚାଷ ହୋଇ ପାରିବ । ସେହିପରି ଆନ୍ଧ୍ର ସରକାର ୫ଶହରୁ ଅଧିକ ଜମିରେ ଚାଷ ହୋଇ ପାରିବ । ଜଳସେଚନ ବିଭାଗର ଘାଇ ପାଖରେ ଗୋଟିଏ ପମ୍ପ ହାଉସ ଅଛି । ବର୍ତ୍ତର୍ମାନ କେଉଁ ପରିସ୍ଥିତିରେ ଓଲଟି ଯିବ କହି ହେଉନି । ପ୍ରଶାସନ ଘାଇ ପାଖକୁ ଆସିଲେ ସେମାନେ ଚାଷୀମାନଙ୍କର କଥା ଜାଣି ହୃଦୟଙ୍ଗମ କରି ପାରିବେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଆହୁରି କେତେକ ଚାଷୀ ଏବଂ ବୁଦ୍ଧଜୀବୀ ମତ ରଖିଛନ୍ତି ଯେ, ଓଡିଶାର କୋଟିଆ, ଗଜପତିଜିଲ୍ଲା ଗଙ୍ଗାବାଡ ପରିସ୍ଥିତ ଆସିବନିତ ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ପ୍ରଶାସନ ଏଥି ପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking