29.1 C
Bhubaneswar
Friday, April 26, 2024
Homeଓଡିଶାଲକ୍‌ଡାଉନ୍‌ରେ ଚାଲିଥିଲା ଦେହ ବେପାର, ୬ ଯୁବତୀ ସମେତ ୯ ଅଟକ

ଲକ୍‌ଡାଉନ୍‌ରେ ଚାଲିଥିଲା ଦେହ ବେପାର, ୬ ଯୁବତୀ ସମେତ ୯ ଅଟକ

କଟକ : ସହରରେ ଦୀର୍ଘଦିନ ଧରି ଚାଲିଆସିଛି ସେକ୍ସ କାରବାର । କରୋନା ମହାମାରୀ ସମୟରେ ମାସ୍କ ଚେକିଂ ଓ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ପୁଲିସ ବ୍ୟସ୍ତ ରହିଥିବାବେଳେ ଏହାକୁ ଏକ ସୁଯୋଗ ମନେକରି ସେକ୍ସ କାରବାର ଚାଲଥିଲା । ଶନିବାର କଟକ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସେକ୍ସ ଏହି ରାକେଟ୍ ଠାବ ହୋଇଛି । ବାଦାମବାଡ଼ି ପୁଲିସ ସ୍ଥାନୀୟ ଶଙ୍କରପୁର ଦାସସାହି ଅଞ୍ଚଳରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଥିବାବେଳେ ମାଲଗୋଦାମ ଥାନା ପୁଲିସ ପିଲଗ୍ରୀମ୍ ରୋଡ୍‌ର ଏକ ହୋଟେଲରୁ ୩ ଜଣଙ୍କୁ ଅଟକ ରଖିଛି । ପୂର୍ବାହ୍ନରେ ସ୍ଥାନୀୟ ଶଙ୍କରପୁର ଦାସସାହିରେ ଦେହ ବ୍ୟବସାୟ ଚାଲୁଥିବା ନେଇ ବାଦାମବାଡ଼ି ଥାନା ପୁଲିସ ସୂଚନା ପାଇଥିଲା । ପରେ ପୁଲିସ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା । ଏହି ସମୟରେ ଏକ ଭଡ଼ାଘରୁ ୩ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଉକ୍ତ ଯୁବତୀଙ୍କ ଘର ଡେଙ୍କାନାଳ, କେନ୍ଦ୍ରାପଡ଼ା ପାଟକୁରା ଓ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୁଲିସ ସେକ୍ସ ର‌୍ୟାକେଟ୍ ଚଳାଉଥିବା ଅଭିଯୋଗରେ ମର୍କତନଗର ଅଞ୍ଚଳର ଭାସ୍କର ଚନ୍ଦ୍ର ନାୟକକୁ ଗିରଫ କରିଛି । ତେବେ ତଦନ୍ତରୁ ଜଣାପଡିଛି ଯେ ଭାସ୍କର ଦୀର୍ଘଦିନ ହେବ ଦାସସାହିରେ ଏକ ଘରଭଡା ନେଇ ସେଠାରେ ଦେହ ବେପାର ଚଳାଇ ଆସୁଥିଲା । ଏହି କାର୍ଯ୍ୟରେ ଭଦ୍ରକ ଅଞ୍ଚଳର ସିତୁ ଦାସ ନାମ୍ନୀ ଜଣେ ମହିଳା ମଧ୍ୟ ସାମିଲ ହୋଇଥିଲେ ।

ସେମାନେ ବିଭିନ୍ନ ଜିଲ୍ଲାରୁ ଯୁବତୀଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ କଟକ ଆଣୁଥିଲେ । ପରେ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ । ଏମାନଙ୍କ ଗତିବିଧି ଏପରେ ସ୍ଥାନୀୟ ଅଞ୍ଚଳବାସୀଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ସେମାନଙ୍କ ଉପରେ କିଛିଦିନ ନଜର ରଖିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଏ ସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଚଢ଼ଉବେଳେ ଉକ୍ତ ଘରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ସେହିପରି ମାଲଗୋଦାମ ଥାନା ପୁଲିସ ପିଲିଗ୍ରୀମ୍ ରୋଡ୍‌ଠାରେ ଥିବା ଏକ ହୋଟେଲ୍‌ରେ ସେକ୍ସ କାରବାର ଚାଲୁଥିବା ସମ୍ପର୍କରେ ଖବର ପାଇଥିଲା । ଅମ୍ବିକା ରେସିଡେନ୍ସି ନାମକ ଏହି ହୋଟେଲରେ ସେକ୍ସ ରାକେଟ୍ ଚାଲୁଥିବା ସୂଚନା ମିଳିବା ପରେ ପୁଲିସ ଟିମ୍ ତତ୍‌କ୍ଷଣାତ୍ ଚଢ଼ଉ କରିଥିଲା । ଏହି ସମୟରେ ହୋଟେଲର ଏକ ରୁମ୍‌ରୁ ଜଣେ ଯୁବତୀ ଓ ଜଣେ ଗ୍ରାହକକୁ ଅସଞ୍ଜତ ଅବସ୍ଥାରେ ପୁଲିସ ଠାବ କରିଛି । ଛାନ୍‌ଭିନ୍ କରିବା ପରେ ଏହି ହୋଟେଲ୍ ସେକ୍ସ ରାକେଟ୍‌ର କିଙ୍ଗପିନ୍ କୁହାଯାଉଥିବା ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡ଼ିଛି ।

ସମ୍ପୃକ୍ତ ଗ୍ରାହକ ଜଣକ ହେଲେ ନୟାସଡ଼କର ସୁରେଶ ମାଙ୍ଗାଲିଆ(୪୦) । ଚଢ଼ଉବେଳେ ଉକ୍ତ ହୋଟେଲରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ପୁଲିସ ଉକ୍ତ ହୋଟେଲ୍‌ର ମ୍ୟାନେଜର୍‌କୁ ଅଟକ ରଖି ପଚରାଉଚରା ଚଳାଇଛି । କିଙ୍ଗପିନ୍ ମହିଳା ଜଣକ ଅନ୍‌ଲାଇନ୍ ଜରିଆରେ ଏହି କାରବାର ଚଳାଇଥିଲା । ଅନ୍‌ଲାଇନ୍‌ରେ ଝିଅଙ୍କ ଫଟୋ ପୋଷ୍ଟକରି ସେ ଗ୍ରାହକ ଯୋଗାଡ଼ କରୁଥିଲା । ପ୍ରଥମେ ଅନ୍‌ଲାଇନ୍‌ରେ ଟଙ୍କା ପଇଠ କଲା ପରେ ସେ ଗ୍ରାହକକୁ ଉକ୍ତ ହୋଟେଲ୍‌କୁ ପଠାଉଥିଲା । ଉଦ୍ଧାର ହୋଇଥିବା ଯୁବତୀ ଜଣକ ଯୋବ୍ରା ଅଞ୍ଚଳର । ତେଣୁ କିଙ୍ଗପିନ୍‌ର ନିର୍ଦ୍ଦେଶରେ ସେ ଉକ୍ତ ହୋଟେଲ୍‌କୁ ଆସୁଥିଲେ । ଏନେଇ ଦୁଇଟି ଥାନାରେ ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇଛି । ରବିବାର ଉଦ୍ଧାର ଯୁବତୀ ଓ ମହିଳାଙ୍କର ଡାକ୍ତରୀ ମାଇନା ଓ ବୟାନ ରେକର୍ଡ କରାଯିବ । ସେହିପରି ଅଟକ ଗ୍ରାହକ ଓ କାର୍ପଟଦାର୍‌ଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking