30.1 C
Bhubaneswar
Saturday, May 18, 2024
Homeଓଡିଶାନିଜ ବୋଝକୁ ନିଜେ ବୋହୁଛନ୍ତି ମୋହିନୀ

ନିଜ ବୋଝକୁ ନିଜେ ବୋହୁଛନ୍ତି ମୋହିନୀ

ପୋଲସରା : କରୋନା କାଳରେ ଦାରୁଣ କଷ୍ଟ । କୁଟାଖିଅକୁ ଭରସା କଲା ଭଳି ଦୀର୍ଘ ବର୍ଷ ହେବ ସରକାରୀ ଯୋଜନାକୁ ଅପେକ୍ଷା କରି ନିଜ ବୋଝକୁ ନିଜେ ବୋହି ଚାଲିଛନ୍ତି ସ୍ୱାମୀ ପରିତ୍ୟକ୍ତା ଅସହାୟ ମହିଳା କେ.ମୋହିନୀ ପାତ୍ର । ଏଭଳି ଏକ ଦୁଖଦ ଘଟଣାର କରୁଣ ଚିତ୍ର ଦେଖିବାକୁ ମିଳିଛି ପୋଲସରା ଏନ୍‌ଏସି ସ୍ଥିତ ବଜାର ସାହିରେ । ଦିନ ଥିଲା ବାପା ମାଆଙ୍କ ଗେହ୍ଲା ଝିଅ ବୋଲାଉ ଥିବା ମୋହିନୀ ଦୀର୍ଘ ୧୦ ବର୍ଷ ହେବ ସ୍ୱାମୀ ସ୍ନେହରୁ ବଞ୍ଚିତ ହୋଇ ବୃଦ୍ଧା ମାଆର ଚିରା ପଣତ କାନିରେ ବନ୍ଦୀ ହୋଇଛି । ଜୀବନ ଜଞ୍ଜାଳର ଏହି କଷାଘାତ ମଧ୍ୟରେ ଭାଇ ବନ୍ଧୁ କୁଟୁମ୍ବ କେହି ବି ପାଖରେ ନାହାନ୍ତି । ବୟସର ଅପରାହ୍ନରେ ମାଆ ଓ ଝିଅଙ୍କ ଏଭଳି ପରିସ୍ଥିତିରେ ସରକାରଙ୍କ ବିଭିନ୍ନ ଯୋଜନା ସତେ ଯେମିତି ଉପହାସ କରୁଥିବା ମନେହେଉଛି ।

ସରକାରଙ୍କ ଭତ୍ତା ବାବଦରୁ ମୋହିନୀକୁ ମାସିକ ପାଞ୍ଚଶହ ଟଙ୍କା ମିଳୁଛି । ଭାଗ୍ୟର ବିଡ଼ମ୍ବନା ଯେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ମିଳୁଥିବା ୫ କିଲୋ ଚାଉଳ ମଧ୍ୟ ଗତବର୍ଷ କରୋନାରୁ କଟିଗଲା । ଯାହା ଫଳରେ ଓଳିଏ ଖାଇ ଓଳିଏ ଉପାସରେ ଜୀବନ ଅତିବାହିତ କରୁଛନ୍ତି । ମୋହିନୀ ପାଖ ପଡୋଶୀ ଘରର କାମଧନ୍ଦା କରି ଭୋକିଲା ପେଟକୁ ଦାନା ଯୋଗାଡିଥାନ୍ତି । କରୋନା ସମୟରେ ରେସନ କାର୍ଡ଼ରେ ନାଁ ନଥିବାରୁ ସରକାରଙ୍କ ଠାରୁ ମିଳୁଥିବା ସମସ୍ତ ଆପାତକାଳୀନ ସୁବିଧାରୁ ବଞ୍ଚିତ ରହିିଛି । ଏନ୍‌ଏସି କାର୍ଯ୍ୟଳୟକୁ ବାରମ୍ବାର ଦୌଡ଼ି ଥିବା ବେଳେ ମିଳୁଛି ଅନେକ ପ୍ରତିଶ୍ରୁତି ।

ଘଟଣାର ନେଇ ପୋଲସରା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଅସହାୟ ମୋହିନୀକୁ ତୁରନ୍ତ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପୁନଃ ସଂଯୋଗ କରୁବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ସହିତ ଉକ୍ତ ପରିବାରକୁ ସରକାରୀ ସାହାଯ୍ୟ ଏବଂ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking