27.1 C
Bhubaneswar
Wednesday, May 8, 2024
Homeଓଡିଶାଚୋରାମଦ ଧରିବାକୁ ଯାଇ ହଟହଟା ହେଲେ ଅବକାରୀ କର୍ମଚାରୀ 

ଚୋରାମଦ ଧରିବାକୁ ଯାଇ ହଟହଟା ହେଲେ ଅବକାରୀ କର୍ମଚାରୀ 

ମୟୂରଭଞ୍ଜ : ଚୋରା ଦେଶୀମଦ ଧରିବାକୁ ଯାଇ ହଟହଟା ହେଲେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ। ତେବେ ବିଭିନ୍ନ ସମୟରେ ପକ୍ଷପାତ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାରେ ଅବକାରୀ ବିଭାଗ ବୋଲି ଆଲୋଚନା ହେଉଛି। ଏମିତିକି ମଦ ନେଉଥିବା ଲୋକଙ୍କ ନିକଟରୁ ଜବତ ମଦର ପରିମାଣକୁ କେଶ ରୁଜୁ ସମୟରେ ବହୁତ ଅଧିକ ଦର୍ଶାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଉଥିବା ଭଳି ଅଭିଯୋଗର ଶିକାର ହେଉଛି ଅବକାରୀ ବିଭାଗ ବୋଲି ଆଲୋଚନା ହେଉଛି। ତେବେ ଏଭଳି ଅସାଧୁ ଉପାୟ ଅବଲମ୍ବନ କରିବା ପଛରେ ଅବକାରୀ ବିଭାଗର ଅଧିକାରୀମାନଙ୍କ କି ସ୍ୱାର୍ଥ ରହିଛି ବୋଲି ଅଭିଯୋଗ ହେଉଥିବା ବେଳେ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ଅନ୍ୟପଟେ ଆଜି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାକଟିଆ ପଞ୍ଚାୟତ ଦିଘି ଅଞ୍ଚଳରେ ଚୋରାମଦ କାରବାର ନେଇ ଖବର ପାଇଥିଲା କୁଳିଅଣା ଅବକାରୀ ବିଭାଗ । ଚଢଉ ପାଇଁ ଘଟଣାସ୍ଥଳକୁ ଯାଇଥବାବେଳେ ଗ୍ରାମର ମହିଳାମାନଙ୍କ ଦ୍ଵାରା ଅବକାରୀ କର୍ମଚାରୀମାନଙ୍କୁ ହଟହଟା କରିବା ସହିତ ଦୁଇ ପକ୍ଷ ମଧ୍ୟରେ ଯୁକ୍ତି ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ମୁତାବକ କୁଳିଅଣା ଅବକାରୀ ବିଭାଗର ଅଧିକାରୀମାନେ ଦିଘି ଗ୍ରାମରେ ଘରେ ପୋଷି ଜଣକ ଘରେ ମଦ ଜବତ କରୁଥିବା ବେଳେ ଗ୍ରାମର ମହିଳା ଓ ପୁରୁଷମାନେ ଅବକାରୀ ବିଭାଗର ଗାଡିକୁ ରାସ୍ତାରେ ପଥର ରଖି ଅଟକ ରଖିଥିଲେ ।

ତେବେ ବୁଝାଶୁଝା କରିବାପରେ ଘଟଣା ଶାନ୍ତ ପଡିଥିଲା ଓ ସ୍ଥାନୀୟ ଲୋକେ କହିଥିଲେ ଯେ ଦ୍ୱିତୀୟ ଥର ହେଲା ତୃତୀୟ ଥର ଯେମିତି ନ ହୁଏ ଏଥି ପ୍ରତି ଧ୍ୟାନ ଦେବେ । ଅନ୍ୟପଟେ ସାରସକଣା ଦେଶୀମଦ ଭାଟି ବନ୍ଦ ପରେ ବି ମଦ ବେପାରୀ କେମିତି ପ୍ରତ୍ୟେକଦିନ ସକାଳୁ ବାଇକରେ ଆସି ଘର ଘର ବୁଲି ମଦ ବାଣ୍ଟୁଛନ୍ତି ସେନେଇ ସ୍ଥନୀୟ ଲୋକମାନେ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆମେ ଆଦିବାସୀ ଲୋକ ଆମ ଜମିରେ ମହୁଲ ଗଛ ଅଛି। ଏହି ସମୟରେ ମହୁଲ ଗୋଟାଇ ନିଜର ବ୍ୟବହାର ପାଇଁ ବିକ୍ରି କରିବା ପାଇଁ ନୁହେଁ ନିଜେ ଖାଇବା ପାଇଁ କରିଛୁ ବୋଲି ସ୍ଥାନୀୟ ଲୋକେ ଯୁକ୍ତି ବାଢିଥିଲେ । ତେବେ ଅବକାରୀ ବିଭାଗ ରହି ବଡ଼ମାଛ ଛାଡି ଚୁନା ଚିଙ୍ଗୁଡ଼ି ଉପରେ ଦାଉ ସାଜୁଛି କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking