31.1 C
Bhubaneswar
Sunday, May 19, 2024
Homeଓଡିଶାଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । ନୂଆପଡା ଗାଁର ବାସୁଦେବ ସାହୁଙ୍କ ଝିଅ ପ୍ରିୟଙ୍କା ସାହୁ ଯାଜପୁର ରୋଡ୍‌ରେ ଥିବା ଏକ ହୋଟେଲରେ କାମ କରନ୍ତି । ଅନ୍ୟ ମହିଳାଙ୍କ ସହ ସେ ପାଣିକୋଇଲି ଥାନା ସନ୍ତରା ଗାଁରେ ଏକ ଭଡ଼ା ଘରେ ରହୁଥିଲେ । ଆଜି ସକାଳେ ସମସ୍ତେ କାମ କରିବା ପାଇଁ ହୋଟେଲ୍‌କୁ ଯାଇଥିଲେ । ହେଲେ ପ୍ରିୟଙ୍କା ଯାଇନଥିଲେ । ଭଡ଼ା ଘରେ ଏକାକୀ ରହିଥିଲେ । ଅପରାହ୍ନରେ ସାଥୀ ମହିଳାମାନେ ହୋଟେଲ୍‌ରୁ ଭଡ଼ା ଘରକୁ ଫେରିଥିଲେ । ସେତେବେଳେ ସେମାନେ ପ୍ରିୟଙ୍କାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ମହିଳାମାନେ ଏନେଇ ପ୍ରିୟାଙ୍କ ପରିବାର ଲୋକ ଓ ପାଣିକୋଇଲି ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking