36.1 C
Bhubaneswar
Saturday, May 18, 2024
Homeଅପରାଧସ୍ତ୍ରୀର ଜୀବନ ନେଲା ସ୍ୱାମୀ; ଶେଷରେ ଶାଶୂଙ୍କ ପାଖକୁ ଶେଷ କଲ୍ କରି କହିଲା ଏପରି...

ସ୍ତ୍ରୀର ଜୀବନ ନେଲା ସ୍ୱାମୀ; ଶେଷରେ ଶାଶୂଙ୍କ ପାଖକୁ ଶେଷ କଲ୍ କରି କହିଲା ଏପରି ଜ୍ୱାଇଁ….

ନୂଆଦିଲ୍ଲୀ: କାନ୍ନାଡାରେ ରହୁଥିବା ସ୍ତ୍ରୀକୁ କହିଲା ସ୍ୱାମୀ । ପଞ୍ଜାବର ଲୁଧିଆନାରେ ରହୁଥିବା ଅଭିଯୁକ୍ତ ଜଗପ୍ରୀତ୍ ସିଂହ ଏଭଳି କରିଥିବା ଜଣାପଡ଼ିଛି । ସ୍ତ୍ରୀ କାନ୍ନାଡାରେ ରହୁଥିବାରୁ ଅନେକ ସମୟରେ ଜଗପ୍ରୀତ୍ ପତ୍ନୀଙ୍କ ସହ ଫୋନରେ ଝଗଡ଼ା କରୁଥିଲେ । ହତ୍ୟାର କିଛି ଦିନ ପୂର୍ବରୁ କାନ୍ନାଡା ଯିବାକୁ ଜିଦ୍ କରିଥିଲେ ଅଭିଯୁକ୍ତ । ପତ୍ନୀ ଟିକେଟ କରି କାନ୍ନାଡା ଆଣିବା ପରେ ଜଗପ୍ରୀତ୍ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି । ମୃତକଙ୍କ ନାମ ବଲବିନ୍ଦର କୌର ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ୨୦୦୦ମସିହାରେ ବିବାହ କରିଥିଲେ ଜଗପ୍ରୀତ୍ ଓ ବଲବିନ୍ଦର । ବିବାହ ପରେ ଦୁହିଁଙ୍କର ଗୋଟାଏ ଝିଅ ଓ ଗୋଟାଏ ପୁଅ ହୋଇଥିଲା ।

ଝିଅ ପଢ଼ିବା ପାଇଁ ୪ବର୍ଷ ତଳେ କାନ୍ନାଡା ଯିବା ପରେ ଦେଖାଶୁଣା ପାଇଁ ଯାଇଥିଲେ ବଲବିନ୍ଦର । ଜଗପ୍ରୀତ୍ ଚାକିରି କରୁନଥିବାରୁ ବଲବିନ୍ଦର ଏକାକୀ ପୂରା ଖର୍ଚ୍ଚ ଉଠାଉଥିଲେ । ବଲବିନ୍ଦରଙ୍କ ଭଉଣୀ କହିଛନ୍ତି ଯେ, ଜଗପ୍ରୀତ୍ ଓ ବଲବିନ୍ଦରଙ୍କର ବିବାହ ପରଠାରୁ ଝଗଡ଼ା ଲାଗି ରହିଥିଲା । କାରଣ ଜଗପ୍ରୀତ୍ କୌଣସି ଚାକିରି କରୁନଥିଲେ । ବଲବିନ୍ଦର କାନ୍ନାଡାରେ ରହି ଚାକିରି କରୁଥିବା ବେଳେ ମୋତେ ସେଠାକୁ ନିଅ ବୋଲି ବାରମ୍ବାର କହୁଥିଲେ ଜଗପ୍ରୀତ୍ । କିଛି ଦିନ ହେବ ତାଙ୍କର ଜିଦ୍ ବଢ଼ିଥିବା ବେଳେ ଏନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ବାଧ୍ୟ ହୋଇ ବଲବିନ୍ଦର, ଜଗପ୍ରୀତଙ୍କ ଟିକେଟ କରିବା ସହ ତାଙ୍କୁ କାନ୍ନାଡା ନେଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ସେ ମୋ ଭଉଣୀକୁ ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟା ପରେ ସେ ମୋ ମା’ଙ୍କୁ ଫୋନ କରି କହିଥିଲା ଯେ, ତାକୁ ସବୁଦିନ ପାଇଁ ଶୁଆଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking