29.4 C
Bhubaneswar
Saturday, May 4, 2024
Homeଓଡିଶାକଂଗ୍ରେସ ଛାଡ଼ିଲେ ଅଧିରାଜ ପାଣିଗ୍ରାହୀ

କଂଗ୍ରେସ ଛାଡ଼ିଲେ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର : କଂଗ୍ରେସ ଛାଡ଼ିଲେ ଅଧିରାଜ ପାଣିଗ୍ରାହୀ । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡ଼ିଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ । ଆସନ୍ତାକାଲି ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି । ତେବେ ଦଳ ଛାଡ଼ିବାର କାରଣ ଉଲ୍ଲେଖ କରିନାହାନ୍ତି ।

୨୦୧୯ ନିର୍ବାଚନରେ ଶ୍ରୀ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ଟାଣୁଆ ବିଧାୟକ ଭାବରେ ତାଙ୍କର ପରିଚୟ ଅଛି । ସେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତାକାଲି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।

ବିଜେଡ଼ି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking