29.1 C
Bhubaneswar
Friday, May 10, 2024
Homeଓଡିଶାଚଳନ୍ତା କାରରେ ଇଞ୍ଜିନିୟର ହେଲେ ମାନସିକ ରୋଗୀ 

ଚଳନ୍ତା କାରରେ ଇଞ୍ଜିନିୟର ହେଲେ ମାନସିକ ରୋଗୀ 

ଦେବଗଡ଼ : ଏମିତି ବି ହୁଏ l ଚଳନ୍ତା କାରରେ ଜଣେ ଇଞ୍ଜିନିୟର ହେଲେ ମାନସିକ ରୋଗୀ l ଏଭଳି ଅବିଶ୍ବସନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ରେ l ସୂଚନା ଅନୁଯାୟୀ, ବଡ଼ବିଲ ସ୍ଥିତ ଜିନ୍ଦଲ କମ୍ପାନୀରେ ଇଞ୍ଜିନିୟର ଭାବେ ଅବସ୍ଥାପିତ ଛତିଶଗଡ଼ କୋରବା ଜିଲ୍ଲା ପଥରୀପଡା ଗ୍ରାମର କେଶବ ସାହୁ ନାମକ ଯୁବକ ନିଜ ସ୍ତ୍ରୀ ବିଦ୍ୟା ସାହୁ ଓ ବାପା ଧନେଶ୍ୱର ସାହୁଙ୍କ ସହ ନିଜ କାର ଯୋଗେ ଛତିଶଗଡ଼ ସ୍ଥିତ ନିଜ ଘରକୁ ଯାଉଥିବା ସମୟରେ ଚନ୍ଦନ ଖୁଣ୍ଟି ଗ୍ରାମ ନିକଟରେ ନିଜ କାରକୁ ଦ୍ରୁତ ଗତିରେ ଚଳାଇବା ଆରମ୍ଭ କରି ଏକ ମାଲବୋଝେଇ ଟ୍ରକ ସହ ଘଷି ହୋଈ ଦେବଗଡ଼ ଅଭିମୁଖେ ଆସୁଥିଲେ l

କାରର ଗତିକୁ ଦେଖି ଦେବଗଡ଼ ବାଇପାସ ଛକ ନିକଟରେ ଥିବା ଟ୍ରାଫିକ ପୁଲିସ ଅଟକାଇବାକୁ ଚେଷ୍ଟା କରିବାରୁ କେଶବ କାରକୁ ଦୃତ ଗତିରେ ନେଇ ଆଗକୁ ବଢିବା ସହ ପୁଣି ଥରେ ଗାଡିକୁ ଦ୍ରୁତ ଗତିରେ ଚଳାଇ ଟ୍ରାଫିକ ପୁଲିସ ନିକଟରେ ପହଞ୍ଚିଥିଲେ l ଟ୍ରାଫିକ ପୁଲିସ କାର ସହ କେଶବ ଓ ତାଙ୍କ ସହ ଥିବା ତାଙ୍କ ବାପା ଓ ସ୍ତ୍ରୀ କୁ ଥାନାକୁ ଆଣିବା ପରେ ଇଞ୍ଜିନିୟର କେଶବ ଥାନାରେ ସମ୍ପୂର୍ଣ ଉଲଗ୍ନ ହୋଈ ଚିତ୍କାର କରିବାସହ ଅଣାୟତ୍ତ ହୋଈ ପଡିଥିଲା l

ଦେବଗଡ଼ ଥାନା ପୁଲିସ ତୁରନ୍ତ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ l ତେବେ ମାନସିକ ସନ୍ତୁଳନ ହରାଇ ବସିଥିବା କେଶବଙ୍କ ପରିବାର ତାଙ୍କ ସହ ଆଗକୁ ଯିବାକୁ ଅରାଜି ହେବାରୁ ପୁଲିସ କେଶବଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ସୂଚନା ଦେବାସହ ନିଜ ହେପାଜତରେ ପୁଲିସ ଗାଡି ମଧ୍ୟରେ ରଖି ଡାକ୍ତରଖାନାରେ ଜଗି ରହିଛି l ତେବେ ଦେବଗଡ଼ ପୁଲିସର ସମୟପଯୋଗୀ ପଦକ୍ଷେପ ଯୋଗୁଁ କେଶବଙ୍କ ପିତା ଓ ସ୍ତ୍ରୀ ନିଶ୍ଚିତ ମରଣ ମୁହଁରୁ ବର୍ତି ଯାଇଥିବା ଚର୍ଚ୍ଚା ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking