28.1 C
Bhubaneswar
Tuesday, May 21, 2024
Homeଓଡିଶାମାଟି ତଳୁ ମଣିଷ କଙ୍କାଳ ଉଦ୍ଧାର କଲା ପୁଲିସ, ବର୍ଷେ ତଳେ ନିଖୋଜ ହୋଇଥିଲେ ଯୁବକ

ମାଟି ତଳୁ ମଣିଷ କଙ୍କାଳ ଉଦ୍ଧାର କଲା ପୁଲିସ, ବର୍ଷେ ତଳେ ନିଖୋଜ ହୋଇଥିଲେ ଯୁବକ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସ ଜଣେ ନିଖୋଜ ଯୁବକର କଙ୍କାଳ ମାଟିତଳୁ ଉଦ୍ଧାର କରିଛି। ଡାବରୀ ଗ୍ରାମ ନିକଟରେ ଥିବା ରେଳବାଇର ଚାଷ ଜମିକୁ ଜେସିବି ସାହାଯ୍ୟରେ ଖୋଳାଯାଇ ଏହି କଙ୍କାଳ ବାହାର କରାଯାଇଛି। ଏହି କଙ୍କାଳଟି ଉକ୍ତ ନିଖୋଜ ଯୁବକର ନାଁ ଅନ୍ୟ କାହାର ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଗତ ୨୦୨୦ ମସିହାରେ ଝାରଖଣ୍ଡ ରାଞ୍ଚି ଅଞ୍ଚଳର ପେଟି ଠିକାଦାର ମୁକ୍ତାର ଆନସାରୀ ରେଳବାଇ ଠିକା କାମ କରିବାକୁ କିଛି ଶ୍ରମିକଙ୍କୁ ଆଣିଥିଲେ। ଏହି ସମସ୍ତ ଶ୍ରମିକ ଠିକା କାମ ସରିବା ପରେ ନିଜ ନିଜ ଘରକୁ ଫେରି ଯାଇଥିଲେ। ହେଲେ ଠିକାଦାରଙ୍କ ପାଖରେ କାମ କରୁଥିବା ଲତିଫୁଲ ଆନସାରୀ ଘରକୁ ଫେରି ନ ଥିଲେ। ଏହାପରେ ପରିବାର ଲୋକେ ଲତିଫୁଲ କୁଆଡେ ନିଖୋଜ ହୋଇ ଯାଇଥବା ନେଇ କଣ୍ଟାବାଞ୍ଜି ଥାନାରେ ୨୦୨୦ ନଭେମ୍ବର ୧୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ପକ୍ଷରୁ ସେହି ସମୟରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିଲା।

ଏହାପରେ ନିଖୋଜ ଯୁବକର ବାପା ନିଜ ଗ୍ରାମର ଅନ୍ୟ ଶ୍ରମିକଙ୍କ ଠାରୁ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅକୁ କଣ୍ଟାବାଞ୍ଜି ଅଞ୍ଚଳରେ ମାରି ପୋତିଦିଆଯାଇଛି। ଯୁବକର ବାପା ପୁଣି ଥରେ ଥାନାକୁ ଆସି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଏତଲା ଦେଇଥିଲେ। ପୁଲିସ ଆଜି ଅପରାହ୍ଣରେ ଡାବରୀ ଗ୍ରାମରେ ପହଞ୍ଚି ଏକ ପରିତ୍ୟକ୍ତ ଜମିରେ ଖଣ୍ଡେ ହାଡ଼ ଉପରକୁ ବାହାରି ଥିବା ଦେଖିଥିଲେ। ପୁଲିସ ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ସେହି ସ୍ଥାନକୁ ଜେସିବିରେ ଖୋଳିବା ପରେ ଏକ ନରକଙ୍କାଳ ବାହାରିଥିଲା। ଏହି କଙ୍କାଳଟି ପୁରଷ ନା ମହିଳାଙ୍କର ତାହା ପୁଲିସ ଚିହ୍ନଟ କରି ପାରିନାହିଁ। ଆଜି ସୁଦ୍ଧା ଏହି ମାମଲାରେ କାହାରିକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ଏହି କଙ୍କାଳକୁ ନେଇ ପୁଲିସ ଡିଏନଏ ଟେଷ୍ଟର ସାହାରା ନେଇପାରେ ବୋଲି ସୂଚନା ମିଳିଛି। ଆଜି ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ସମୀର ବେହେରା, ଏସଡିପିଓ ହୃଷିକେଶ ମେହେର, ଥାନା ଅଧିକାରୀ ସତ୍ୟଜିତ କନ୍ଦନକେଲ, ବଲାଙ୍ଗିର ସାଇଣ୍ଟିଫିକ ଟିମ, ରେଳବାଇ ପୁଲିସ ଏବଂ ଟାଉନ ଥାନାର ପୁଲିସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking