29.1 C
Bhubaneswar
Saturday, April 27, 2024
Homeଓଡିଶାରାସ୍ତା ନଥିବାରୁ ପହଂଚି ପାରିଲାନି ଆମ୍ବୁଲାନସ : ଖୋଲା ଆକାଶ ତଳେ ପ୍ରସବ

ରାସ୍ତା ନଥିବାରୁ ପହଂଚି ପାରିଲାନି ଆମ୍ବୁଲାନସ : ଖୋଲା ଆକାଶ ତଳେ ପ୍ରସବ

କୋରାପୁଟ : ସବୁ ଦିନିଆ ପକ୍କା ରାସ୍ତା ନଥିବାରୁ କୋରାପୁଟ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯଂନ୍ତ୍ରଣା, ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନସ୍ ପହଂଚି ପାରିଲାନି,ଫଳରେ ଜଣେ ଗର୍ଭବତୀ ୩ କିଲୋମିଟର ବାଟ ଚାଲି ଚାଲି ଆସୁଥିବାବେଳେ ଅଧା ବାଟର ଖୋଲା ଆକାଶ ତଳେ ଜନ୍ମ ଦେଇଛନ୍ତି ଏକ ଶିଶୁ ପୁତ୍ରକୁ । ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ମାଓ ଉପଦୃତ ନାରାୟଣପାଟଣା ବ୍ଲକ୍ ବିଜାଘାଟି ପଂଚାୟତର ମୁଣ୍ଡଗଡତି ଗ୍ରାମରେ ।
ସୂଚନା ଅନୁଯାୟୀ, ଗ୍ରାମର ବିନୋଦ ସାଉନ୍ତାଙ୍କ ପତ୍ନୀ ସମ୍ବାରୀ ସାଉନ୍ତାଙ୍କର ଶନିବାର ସକାଳେ ପ୍ରସବ ଯଂନ୍ତ୍ରଣା ହୋଇଥିଲା । ଆଶା ଦିଦି ଆମ୍ବୁଲାନସକୁ ଫୋନ୍ କରିଥିଲେ । ତେବେ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନସ ଗାଁ ଠାରୁ ୩ କିଲୋମିଟର ଦୂରରେ ଅଟକି ରହିଥିଲା । ପରିବାର ଲୋକ କୌଣସି ଉପାୟ ନପାଇ ଶେଷରେ ସମ୍ବାରୀକୁ ଆଶାଦିଦି ଓ ଅନ୍ୟ ମହିଳା ମାନଙ୍କ ସହାୟତାରେ ଚଲାଇ ଚଲାଇ ଆଣୁଥିବାବେଳେ ଅଧାବାଟରେ ସମ୍ବାରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ସମ୍ବାରୀ ଓ ନବଜାତକକୁ ଏକ ଷ୍ଟ୍ରେଚରରେ ଆମ୍ବୁଲାନସ ଯାଏ ବୋହି ଆଣିବା ପରେ ସେଠାରୁ ଆମ୍ବୁଲାନସ ଯୋଗେ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଉଭୟେ ପ୍ରସୂତୀ ଓ ନବଜାତକ ମାଥାଲପୁଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବଳେ ସେମାନଙ୍କ ଅବସ୍ଥା ଠିକ ଥିବା ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking