29.1 C
Bhubaneswar
Friday, July 11, 2025
Homeଓଡିଶାପୁଣି୧୯ ଦାଦନ ଶ୍ରମିକ ଉଦ୍ଧାର : ଦଲାଲ ଫେରାର

ପୁଣି୧୯ ଦାଦନ ଶ୍ରମିକ ଉଦ୍ଧାର : ଦଲାଲ ଫେରାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରୁ ବେଆଇନ ଭାବେ ଦାଦନ ଖଟିବାକୁ ଶ୍ରମିକ ଚାଳାଣ ଥମିବାର ନାଁ ନେଉନାହିଁ । ଜିଲ୍ଲାର ଖଡିଆଳ ପୁଲିସ ଗତ ବିଳମ୍ବିତ ରାତି ରେ ୩ ଜଣ ଶିଶୁ ସମେତ ୧୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଦାଦନମାନେ ହେଲେ ଖଡିଆଳ ଥାନା ଶରଧାପୁର ଗାଁର ଗିରିଧାରୀ ତାଣ୍ଡି, କିଶୋର ସୁନାନୀ, ଜମିନ୍ଦ୍ର ବିଭାର, ନୁରତନ ତାଣ୍ଡି , ନେପାଳ ବିଭାର, ପୁଷ୍ପା ତାଣ୍ଡି, ପଦ୍ମାବତୀ ବିଭାର, ଚେରା ଜଗତ , ନେପୁର ତାଣ୍ଡି, ନୀଳାଦ୍ରି ବିଭାର, ନନ୍ଦିନୀ ବିଭାର , ଲଳିତା ସୁନାନୀ , ଶିଶୁ କ୍ରିଷ୍ଣ ବିଭାର, ପବିତ୍ର ଜଗତ, ବିଷ୍ଣୁ ତାଣ୍ଡି ସିନାପାଲି ଥାନା କୋପିଆ ଗାଁର ତୁଳାରାମ ସୁନାନୀ , ଧନମତି ସୁନାନୀ ।
ସୂଚନା ଅନୁଯାୟୀ, ଦାଦନ ଶ୍ରମିକମାନେ ଆନ୍ଧ୍ରପ୍ରଦେଶକୁ ଇଟା ଗଢିବା ପାଇଁ ଯାଇଥାନ୍ତେ । ଏଣୁ ବିଳମ୍ବିତ ରାତିରେ ଦଲାଲ ସମସ୍ତଙ୍କୁ ଖଡିଆଳ ଥାନା ଗଡ୍ରାମୁଣ୍ଡା ଗାଁ ନିକଟରେ ଏକତ୍ରିତ କରାଇଥିଲା । ରାତି ୩ଟାରେ ଶ୍ରମିକମାନେ ଏକ ଘରୋଇ ବସ୍ କାମଧେନୁ ବସରେ ରାୟପୁର ଅଭିମୁଖେ ଯିବାର ଥିଲା । କୌଣସି ସୂତ୍ରରୁ ଖବରପାଇ ଖଡିଆଳ ଥାନା ଆଇଆଇସି କୈଳାସ ଚନ୍ଦ୍ର ସେଠୀ, ଏସଆଇ ଜିତୁ ମୋହନ ବେଶ୍ରା ଓ ଡମ୍ବରୁଧର ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଚଢଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ । ଦଲାଲ ଦୀନବନ୍ଧୁ ସୁନାନୀ ବେଆଇନ ଭାବରେ ଏହି ଶ୍ରମିକଙ୍କୁ ଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଥିବାବେଳେ ଏବେ ସେ ଫେରାର୍ ଥିବା ଏସଆଇ ଜିତୁମୋହନ ବେଶ୍ରା କହିଛନ୍ତି । ଦୀନବନ୍ଧୁ ସୁନାନୀର ସହଯୋଗୀ ଧରମଲାଲ ସୁନାନୀକୁ ପୁଲିସ ଗିରଫ କରି ପଚରାଉଚରା କରୁଛି । ଏନେଇ ଖଡିଆଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୀନବନ୍ଧୁକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking